ଜାତୀୟମନୋରଞ୍ଜନ

ଅଲଗା ହେବାର ୨୦ ବର୍ଷ ପରେ ପୁଣି ଥରେ ଏକାଠି ହେଲେ ଜେନିଫର-ବେନ୍‌, ସାମ୍ନାକୁ ଆସିଲା ଏନଗେଜ୍‌ମେଣ୍ଟ ରିଙ୍ଗ

ନୂଆଦିଲ୍ଲୀ() ନିର୍ବନ୍ଧର ବର୍ଷକ ପରେ ଅଲଗା ହୋଇଯାଇଥିଲା ବାଟ । ଏହାର ୨୦ ବର୍ଷ ପରେ ଏବେ ପୁଣି ଏକାଠି ହେବାକୁ ନିଷ୍ପତ୍ତି ନେଇ ଚକିତ କରାଇଛନ୍ତି ହଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି। ହଲିଉଡ୍‌ ଅଭିନେତା ବେନ୍‌ ଆଫ୍ଲେକ୍‌ ଏବଂ ଲୋକପ୍ରିୟ ଗାୟିକା-ଅଭିନେତ୍ରୀ ଜେନିଫର ଲୋପେଜ ପୁଣିଥରେ ନିର୍ବନ୍ଧ କରିଛନ୍ତି। ଏକ ଛୋଟ ଭିଡିଓରେ ଜେନିଫର ନିଜ ଜୀବନର ନୂଆ ଅଧ୍ୟାୟ ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହି ଖବର ଶୁଣିବା ପରେ ଉଭୟଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରୁଛନ୍ତି। ଉଭୟଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

କିଛି ଦିନ ପରସ୍ପରକୁ ଡେଟ୍‌ କରିବା ପରେ ଜେନିଫର ଏବଂ ବେନ୍‌ ୨୦୦୨ରେ ନିର୍ବନ୍ଧ କରିଥିଲେ। ସେତେବେଳେ ଏହି ଯୋଡ଼ିକୁ ବେନିଫର୍‌ ନାମରେ ନାମିତ କରାଯାଇଥିଲା। ବେନ୍‌ ୬.୧ କ୍ୟାରେଟ୍‌ର ଗୋଲାପି ରଙ୍ଗର ହୀରା ମୁଦି ଦେଇ ଜେନିଫରଙ୍କୁ ପ୍ରପୋଜ କରିଥିଲେ। ହେଲେ ୨୦୦୩ରେ ଉଭୟ ଅଲଗା ହୋଇଯାଇଥିଲେ।

ନିର୍ବନ୍ଧ ଭାଙ୍ଗିବା ପରେ ଜେନିଫର ସିମ୍ପର ମାର୍କ ଆନ୍ଥୋନୀଙ୍କୁ ଏବଂ ବେନ୍‌ ଜେନିଫର ଗାର୍ନରଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏହି ବିବାହ ବେଶି ଦିନ ଚାଲି ନ ଥିଲା। ଏହାଛଡ଼ା ଅନେକ ସେଲିବ୍ରିଟିଙ୍କ ସହ ସେମାନଙ୍କ ନାଁ ମଧ୍ୟ ଯୋଡ଼ା ଯାଇଥିଲା। ଏବେ ନିର୍ବନ୍ଧ ସରିଥିବା ବେଳେ ପ୍ରଶଂସକମାନେ ବିବାହ କେବେ ହେଉଛି ସେ ଦିନକୁ ଅପେକ୍ଷା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com