ଓଡ଼ିଶା

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ, ବାଲାଟ୍ ପେପରରେ ତ୍ରୁଟି ଯୋଗୁଁ କେନ୍ଦ୍ରାପଡା ଓ ଯାଜପୁରରେ ନିର୍ବାଚନ ବାତିଲ

ଭୁବନେଶ୍ବର() ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ବାଲାଟ ପେପରରେ ତ୍ରୁଟି ଯୋଗୁଁ କେନ୍ଦ୍ରାପଡା ଓ  ଯାଜପୁରରେ ନିର୍ବାଚନ ବାତିଲ ହୋଇଛି । ସେଠାରେ ପରବର୍ତ୍ତୀ ସମୟରେ ରି-ପୁଲିଂ ହେବ ।

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ଟି ବୁଥରେ ବୁଧବାର ରି-ପୁଲିଂ ହେବ । ଏହି ପୁଲିଂ ସେଣ୍ଟର ଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଭୋଟ୍ ସରିବା ପରେ ବାଲାଟ ବକ୍ସ ଗୁଡିକ ବ୍ଲକ ଅଫିସର ଅନ୍ୟ ଏକ ସ୍ବତନ୍ତ୍ର ସ୍ଥାନରେ ରଖାଯିବ । ତୃତୀୟ ପର୍ଯ୍ୟାୟରେ ୩୦ଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି । ସେଠାରେ ଆସନ୍ତା ୨୫ତାରିଖରେ ରି-ପୁଲିଂ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com