ଓଡ଼ିଶା

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ

ପୁରୀ() ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ।‌ ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ଆସାମ ଅଞ୍ଚଳର ଜୟଶଙ୍କର ଚୌଧୁରୀ। ଆଜି ମଧ୍ୟାହ୍ନ ସମୟରେ ଜୟଶଙ୍କର ସମୁଦ୍ର କୂଳ ଥାନା ଅଧିନ ଚୈତନ୍ୟ ଛକ ବେଳାଭୂମିରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ।‌ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ସଙ୍ଗେ ସଙ୍ଗେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ଜୟଶଙ୍କରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com