ନୂଆଦିଲ୍ଲୀ() ଟ୍ୱିଟରରେ ଆମଆଦମୀ ପାର୍ଟି ବିଧାୟକ ନରେଶ ବାଲିୟାନଙ୍କ ଏକ ପୋଷ୍ଟକୁ ନେଇ ଆରଜେଡି ନେତା ଲାଲୁ ଯାଦବଙ୍କ ଝିଅ ରାଜଲକ୍ଷ୍ମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉଭୟଙ୍କ ଟ୍ୱିଟ୍ ଓ ରିଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିବିଆଇ ସ୍ପେଶାଲ କୋର୍ଟ ସୋମବାର ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଏବେକା ଆରଜେଡି ନେତା ଲାଲୁ ଯାଦବଙ୍କୁ ଡୋରଣ୍ଡା କୋଷାଗାର ମାମଲାରେ ୫ ବର୍ଷ ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି।
श्री @laluprasadrjd जी को चारा घोटाले मे कोर्ट से 5 साल की सजा और 60 लाख का जुर्माना मिलने की हार्दिक शुभकामनाये। मैं श्री लालू प्रसाद यादव जी के जेल में स्वस्थ्य रहने की ईश्वर से कामना करता हूं। आगे सभी नेताओ से अनुरोध है की लालू जी से कुछ सीखे। जानवरो का चारा न खाये। pic.twitter.com/xehJKZfFnn
— MLA Naresh Balyan (@AAPNareshBalyan) February 21, 2022
କୋର୍ଟଙ୍କ ରାୟକୁ ନେଇ ଲାଲୁ ପ୍ରଥମେ ଟ୍ୱିଟ୍ କରିଥିଲେ। ଏଥିରେ ନରେଶ ବଲିୟାନ ରି ଟ୍ୱିଟ୍ କରି ଆପଣ ସ୍ୱାଧୀନତା ଲାଗି ନୁହେଁ ଗୋଖାଦ୍ୟ ଚୋରି ପାଇଁ ଜେଲ ଯାଇଛନ୍ତି ନାଟକ ବନ୍ଦ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ। ତେବେ ନରେଶ କେବଳ ଏଥିରେ ଅଟକି ଯାଇ ନଥିଲେ। ପରେ ଏଥିଲାଗି ଏକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପୋଷ୍ଟ କରିଥିଲେ। ଯେଉଁଥିରେ ସଜା ଓ ଜରିମନା ଲାଗି ଲାଲୁଙ୍କୁ ସେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଜେଲରେ ତାଙ୍କର ସୁସ୍ଥତା କାମନା କରିଥିଲେ। ଏଥିରେ ସେ ଅନ୍ୟ ନେତାଙ୍କୁ ମଧ୍ୟ ତାଙ୍କଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଥିଲେ।
@AAPNareshBalyan 🐕 seriously is this ur job to bark always ??? How does @ArvindKejriwal tolerate such MLA like u in his party?? How much r u being paid to rubbish? Get a life do some work for this country first…🐕 https://t.co/rI6hoGOuR2
— Raj Lakshmi Yadav (@Rajlakshmiyadav) February 21, 2022
ଏହି ଟ୍ୱିଟ୍କୁ ଲାଲୁ ଯାଦବଙ୍କ ଝିଅ ରାଜଲକ୍ଷ୍ମୀ ଗୁରୁତର ସହ ଗ୍ରହଣ କରିଥିବା ବେଳେ କଣ ଆପଣଙ୍କ କାମ ସବୁବେଳେ ଏଇଆ, ଆପଣଙ୍କ ଭଳି ବିଧାୟକଙ୍କ ଅରବିନ୍ଦ କେଜରିୱାଲ ତାଙ୍କ ପାର୍ଟିରେ କିପରି ବରଦାସ୍ତ କରିଛନ୍ତି, ଏପରି କରିବାକୁ କାହାଠୁ ପଇସା ମିଳିଥାଏ କି ? ଯାଆନ୍ତୁ ପ୍ରଥମେ ଦେଶପାଇଁ କିଛି କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।
मैं MLA हूं, 2 बार चुन कर आया हूं, मेरी अपनी पहचान है,आपकी क्या पहचान है भ्रष्ट लालू यादव की बेटी होने के अलावा? प्रोफाइल में पिता का नाम लगाये घूम रहे है,पिता का नाम हटाए और वार्ड पार्षद का चुनाव जीत कर बताइए। चोरी करने से पहले सोचना चाहिए था न की चोरी नही करना है जनता का पैसा। https://t.co/3CV5llqDIr
— MLA Naresh Balyan (@AAPNareshBalyan) February 21, 2022
ବିହାର ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ୪ଟି ମାମଲା(ଦୁମକା, ଦେଓଘର, ଚାଇଁବସା ) ରେ ମଧ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏବେ ପଞ୍ଚମ ମାମଲାରେ ମଧ୍ୟ ଦୋଷୀ ହୋଇଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ଲାଲୁ କାବ୍ୟିକ ଢଙ୍ଗରେ ଏହାର ମୁକାବିଲା କରିବେ ବୋଲି ଉଲ୍ଲେଖ କରିଥିଲେ। ହେଲେ ଏଥିରେ ନରେଶ ବଲିୟାନ ତାଙ୍କ କାବ୍ୟିକ ଅଭିବ୍ୟକ୍ତି କୁ ହାସ୍ୟସ୍ପଦ କରିଦେଇଛନ୍ତି।
अन्याय असमानता से
तानाशाही ज़ुल्मी सत्ता से
लड़ा हूँ लड़ता रहूँगा
डाल कर आँखों में आँखें
सच जिसकी ताक़त है
साथ है जिसके जनता
उसके हौसले क्या तोड़ेंगी सलाख़ें— Lalu Prasad Yadav (@laluprasadrjd) February 21, 2022