ଓଡ଼ିଶା

ପୁଣି ନିଜର କାୟା ବିସ୍ତାର କଲେ ଲାଲ ବାହିନୀ

ପୁଣି ନିଜର କାୟା ବିସ୍ତାର କଲେ ଲାଲ ବାହିନୀ । ଓଡ଼ିଶା -ଝାରଖଣ୍ଡ ସୀମାନ୍ତରେ ମାତିଲେ ମାଓବାଦୀ ।ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି ।ପୋଲିସ୍ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ଘରେ ପଶି ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏମିତି ହୃଦୟବିଦାରକ କାଣ୍ଡ ଭିଆଇଛନ୍ତି ମାଓବାଦୀ ।

ମୃତକ ହେଲେ ମେନସନ ଭେଙ୍ଗରା ।ମାଓବାଦୀ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିଲା । ସେଠାରେ ମାଓବାଦୀ ପୋଷ୍ଟର ଛାଡ଼ି ଯାଇଛନ୍ତି । ମୃତ ଯୁବକ ମାଓବାଦୀ ନାଁରେ ଚାନ୍ଦା ମାଗି ଗତ 2023 ମେ ମାସରେ ଜେଲ ଯାଇଥିଲେ । ଗତ ଦୁଇ ମାସ ତଳେ ଜେଲରୁ ବାହାରିଥିଲେ । ସିଆରପିଏଫ ଓ ଝାରଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com