ବାଣିଜ୍ୟ
ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କ ଠାରୁ ୫ ହଜାର ଫାଇନ କାଟିବ ବିଏମସି

ଭୁବନେଶ୍ୱର, ୧୦ /୧୦/୨୦୨୨- ରାସ୍ତାରେ ଅଳିଆ ପଡିବା ପରେ ଆକ୍ସନ ମୋଡରେ ବିଏମସି କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କିଛି ଦୋକାନୀ ଡଷ୍ଟବିନ ରଖୁ ନ ଥିବାରୁ ରାସ୍ତାରେ ଅଳିଆ ପକାଉଛନ୍ତି । ବିଶେଷକରି ୧ ନମ୍ବର ହାଟ, ଜନପଥ ରାସ୍ତା, ମାଷ୍ଟରକ୍ୟାଣ୍ଟିନ ଛକ, ଅଶୋକନଗର ବୁଲିବା ପରେ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି କମିଶନର ।
ବିଏମସିର ନିର୍ଦ୍ଦେଶକୁ ମାନୁନାହାନ୍ତି ବ୍ୟବସାୟୀ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନରେ ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି । ଏଣିକି ଅଳିଆ ପୃଥକୀକରଣ ନକଲେ ୫ ଶହ ଫାଇନ ଗଣିବେ ବୋଲି କମିଶନର କହିଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀ ସଂଘ ସହ ବୈଠକ ଡାକିଛନ୍ତି କମିଶନର ।