ଭୁବନେଶ୍ୱର: ରାଜ୍ୟରେ ସରିଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ। ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି କମିଶନ । ତେବେ ଚୂଡ଼ାନ୍ତ ହିସାବ ଆସିଲେ ଭୋଟଦାନ ହାର ବଢ଼ିପାରେ ବୋଲି କହିଛନ୍ତି ଆସିତ୍ୟ ପାଢ଼ୀ । କିଛି ସ୍ଥାନରେ ଆଇନଶୃଙ୍ଖଳା ସ୍ଥିତି ନେଇ ଭୋଟଦାନ ବାଧାପ୍ରାପ୍ତ ହୋଇଛି ବୋଲି କହିଛନ୍ତ କମିଶନ ।