ବାଇଡେନଙ୍କ ଧମକ : ଭୟଙ୍କର ପରିଣାମ ପାଇଁ ଦାୟୀ ରହିବ ଋଷ
![](https://i0.wp.com/odia.mobilenews24x7.com/wp-content/uploads/2022/02/biden-1.jpg?resize=780%2C470&ssl=1)
ନୂଆଦିଲ୍ଲୀ() ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଋଷ ସୈନ୍ୟ ୟୁକ୍ରେନରେ ପସିବା ସହ ଆକ୍ରମଣ କରିଛନ୍ତି । ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ ହୋଇଛି । ୩୦୦ରୁ ଅଧିକ ୟୁକ୍ରେନ୍ ନାଗରିକ ପ୍ରାଣ ହରାଇଛନ୍ତି । ଏହା ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
ବାଇଡେନ୍ କହିଛନ୍ତି ଯେ ପୁରା ମାମଲା ଉପରେ ସେ ନଜର ରଖିଛନ୍ତି। ଆଗାମୀ ଦିନରେ ଜି-୭ ଓ ନାଟୋ ସମୁହ ଦେଶମାନଙ୍କ ସହ ବୈଠକ କରିବେ ବୋଲି କହିଛନ୍ତି । ଏହି ଯୁଦ୍ଧରେ ମୃତ୍ୟୁ ଓ ବିନାଶ ପାଇଁ ବିଶ୍ୱ ବାସୀ ଋଷକୁ ଦାୟୀ କରିବେ। ବାଇଡେନ ବର୍ତ୍ତମାନ ହ୍ୱାଇଟ ହାଉସରେ ରହି ସମସ୍ତ ବିଷୟ ଉପରେ ନଜର ରଖିଛନ୍ତି। ଜାତୀୟ ସୁରକ୍ଷା ଟିମ୍ ପାଖରୁ କ୍ରମାଗତ ଭାବେ ସୂଚନା ନେଉଛନ୍ତି। ଆମେରିକା ପୂର୍ବରୁ ଋଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇସାରିଛି।
ସେପଟେ ଯୁଦ୍ଧ ଟାଳିବାକୁ ୟୁକ୍ରେନ୍ର ରାଷ୍ଟ୍ରପତି ଜାଲେଂସ୍କି ଲାଇଭ୍ ଟିଭିରେ ଶାନ୍ତିପୂର୍ଣ୍ଣ ନିବେଦନ କରିଛନ୍ତି। ସେ ଋଷର ଲୋକମାନଙ୍କୁ ୟୁକ୍ରେନ୍ ସହ ଥିବା ଇତିହାସ ଏବଂ ସଂସ୍କୃତିର ଦ୍ଵାହି ଦେଇଛନ୍ତି। ଜେଲେଂସ୍କି କହିଛନ୍ତି ଯେ, ସେ ଭ୍ଲାଦିମିର ପୁଟିନ୍ଙ୍କୁ ଫୋନ୍ କରିଥିଲେ ମାତ୍ର ସେ ଏହାର ଉତ୍ତର ଦେଇ ନାହାଁନ୍ତି। ୟୁକ୍ରେନ୍ ଶାନ୍ତି ଚାହୁଁଥିବା ସେ କହିଛନ୍ତି ।