ଓଡ଼ିଶା

ବିଡିଓଙ୍କ ଉପରେ ଆକ୍ରମଣର ତୀବ୍ର ପ୍ରତିବାଦ, ସରକାରୀ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଗଞ୍ଜାମ() ବୁଧବାର ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବିଡିଓ ପ୍ରକାଶ ଦାସଙ୍କ ପ୍ରତି ହୋଇଥିବା ଆକ୍ରମଣ ଓ ଅଟକ ରଖିବା ଘଟଣାକୁ ନିନ୍ଦା । ପାତ୍ରପୁର ବ୍ଲକ୍ ର ସରକାରୀ କର୍ମଚାରୀ ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ ଏବଂ ଶିଶୁ ସମନ୍ୱୟ ସମସ୍ତ କର୍ମଚାରୀମାନଙ୍କ କଲମ ଛାଡ ଆନ୍ଦୋଳନ ଆରମ୍ଭ କରି ବ୍ଲକ ସମ୍ମୁଖୀନ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଛନ୍ତି ।

ଭୋଟର ତାଲିକାରେ କିଛି ପରିବାରର ନାମ ନଥିବା ହେତୁ ଦଳଗତ ଭାବରେ କାଲି ବିଡ଼ିଓ ପ୍ରକାଶ ଦାସ ୫-t ଅଧିନସ୍ତ ସ୍ମାର୍ଟ କ୍ଲାସ କରି ଫେରୁଥିବା ସମୟେ ତାଙ୍କ ଗାଡି କୁ ଅଟକାଇ ଧକ୍କା ଦେଇ ତୁମ୍ବା ପଂଚାୟତର ଧାଡିଆମ୍ବ ଗାଁକୁ ୪କିମି ରାସ୍ତାରେ ଚଳାଇ ନେଇଯାଇଥିଲେ ଗ୍ରାମବାସୀ । ୩ ଘଣ୍ଟା ପରେ ବୁଝାସୁଝା ପରେ ଛାଡିଥିଲେ ।

ପୂର୍ବରୁ ତୃତୀୟ ପର୍ଯ୍ୟାୟ ଅର୍ଥାତ ୨୦ ତାରିଖ ନିର୍ବାଚନ ଦିନ ବି ପୋଲିଙ୍ଗ ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖିଥିଲେ । ପରେ ସ୍ଥାନୀୟ ତହସିଲଦାର ଏବଂ ଜରଡା ପୋଲିସ ବୁଝାଇବାକୁ ଯାଇଥିବା ବେଳେ ସେମାନଙ୍କୁ ବି ନଜରବନ୍ଦୀ କରି ୫ଘଣ୍ଟା କାଳ ଅଟକାଇ ରଖିଥିଲେ । ତେଣୁ ଆଜି ସମସ୍ତ ସରକାରୀ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com