ବିଜ୍ଞାନ ଓ ପ୍ରଯୁକ୍ତି

ନୂଆବର୍ଷ ପାଇଁ ଭୁବନେଶ୍ୱର D.C.Pଙ୍କ ପରାମର୍ଶ

 ଭୁବନେଶ୍ୱର, ୩୧/୧୨/୨୦୨୨-   ନୂଆବର୍ଷକୁ ସୁରକ୍ଷିତ ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର D.C.P ପ୍ରତୀକ ସିଂହ । ଭୁବନେଶ୍ୱରବାସୀ କିପରି ନିରାପଦରେ ନୂଆବର୍ଷ ପାଳିବେ ସେନେଇ ବାର୍ତ୍ତା ଦେଇଛନ୍ତି ।

ସେ କହିଛନ୍ତି, ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ । ମଦ ନିଶାରେ ଗାଡ଼ି ଚଲାନ୍ତୁ ନାହିଁ । ୫୦ କିମିରୁ ଅଧିକ ବେଗରେ ଗାଡ଼ି ଚଲାନ୍ତୁ ନାହିଁ । ପାର୍କିଂ ଜାଗାରେ ଗାଡ଼ି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଗାଡ଼ିକୁ ଠିକ୍ ଭାବେ ଲକ୍ କରି ଜିରୋ ନାଇଟ୍ ସେଲିବ୍ରେସନରେ ଯୋଗ ଦେବାକୁ କହିଛନ୍ତି D.C.P । ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ । ନନ୍ଦନକାନନ ରୋଡ୍, କଟକ ରୋଡ୍ ଓ ରସୁଲଗଡରେ ସାଧାରଣଠୁ ଅଧିକ ଟ୍ରାଫିକ ରହିବ । F.M ମାଧ୍ୟମରେ ଟ୍ରାଫିକ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ । D.C.P ଭୁବନେଶ୍ୱର, D.C.P ଟ୍ରାଫିକ ଟ୍ୱିଟରରେ ସବୁ ସୂଚନାକୁ ଫଲୋ କରିବାକୁ ସେ ଅପିଲ କରିଛନ୍ତି ।

ସବୁସ୍ଥାନରେ ଚେକିଂ କରାଯିବ । ଯଦି ମଦ ପିଇ ଅଧିକ ବେଗରେ କେହି ଗାଡ଼ି ଚଳାଇବେ କିମ୍ବା ରାସ୍ତା ଉପରେ ପାର୍କ କରିବେ ତେବେ ଗାଡ଼ି ଟଣାଯିବ । ଗାଡି ଉଠାଇବା ପାଇଁ ଟିମ୍ ଘୂରି ବୁଲିବ । ରାସ୍ତାରେ ସେଲିବ୍ରେସନ କରୁଥିବେ ତେବେ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସନ୍ଦିଗ୍ଧ ବ୍ୟକ୍ତି କିମ୍ୱା ଜରୁରୀ ସ୍ଥିତିରେ ୧୧୨କୁ ଫୋନ କରିବାକୁ ସେ ନିବେଦନ କରିଛନ୍ତି । ରାଜଧାନୀରେ ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com