ବାଣିଜ୍ୟ

ବିସ୍ଥାପିତଙ୍କ ପାଇଁ ୨୨ କୋଟି

ରାଜନଗର, କେନ୍ଦ୍ରାପଡା, ୩୦/ ୦୪/ ୨୦୨୩ –   ଆଁ କରିଛି ସମୁଦ୍ର । ଗିଳି ସାରିଲାଣି ଅଧାରୁ ଅଧିକ ଗାଁ । ଭୟରେ ଭିଟାମାଟି ଛାଡି ପଳାୟନ କରୁଛନ୍ତି ଶହ ଶହ ଲୋକେ । ସମୟକ୍ରମେ ଏମିତି ଅନେକ ଗାଁ ମସୁଦ୍ର ଗିଳି ଦେଇଛି । ଏହି ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟାର ବଗପାଟିଆ ଅଞ୍ଚଳର ।

 

ସମୁଦ୍ର ଭୟରେ ଏଠାରୁ ଭିଟାମାଟି ଛାଡିଥିବା ଲୋକମାନଙ୍କୁ ସରକାର ଥଇଥାନ କରିଥିଲେ । ଏବେ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ୨୨ କୋଟି ୫୦ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ବଗପାଟିଆକୁ ଆଦର୍ଶ କଲୋନି କରାଯିବ । ଯାହା ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ଏହା ପ୍ରଥମ କଲୋନୀ ହେବ ।

ଏହି ଅର୍ଥରେ ବନ୍ଧବାଡର ସୁଦୃଢୀ କରଣ ସହିତ ହିତାଧିକାରୀଙ୍କୁ ବାସଗୃହ, ରାସ୍ତା, ପାନୀୟ ଜଳ , ବିଜୁଳି , ଜୀବିକା କାର୍ଯ୍ୟକ୍ରମ ଏବଂ ପଞ୍ଚାୟତ ଗୃହ ଆଦିର ବିକାଶ କରାଯିବ । ଏହାସହିତ ଆବଶ୍ୟକତା ଭିତ୍ତିରେ ଯୋଗାଇ ଦିଆଯିବ ଚାଷ ଜମି । ୨ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସି ୫-ଟି ସଚିବ ଭି.କେ ପାଣ୍ଡିଆନ ବିସ୍ଥାପିତଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com