ଓଡ଼ିଶା
ୟୁକ୍ରେନ୍ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍
![](https://i0.wp.com/odia.mobilenews24x7.com/wp-content/uploads/2022/02/Help-Line.jpg?resize=650%2C400&ssl=1)
ଭୁବନେଶ୍ୱର() ୟୁକ୍ରେନ୍ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସେଲ୍ ଖୋଲା ଯାଇଛି। ରେସିଡେଣ୍ଟ କମିଶନର ରବି କାନ୍ତ ସ୍ୱତନ୍ତ୍ର ସେଲ୍ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି। ଏହି ସେଲ୍ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ।
ଖୋଲାଯାଇଥିବା ସ୍ୱତନ୍ତ୍ର ସେଲ୍କୁ ଯୋଗାଯୋଗ କରିବା ପାଇଁ ହ୍ୱାଟ୍ସଆପ୍ ଓ ଲ୍ୟାଣ୍ଡଲାଇନ୍ ଓ ଇ-ମେଲ ଜାରି କରାଯାଇଛି। ଜାରି ହୋଇଥିବା ମୋବାଇଲ ହ୍ୱାଟ୍ସଆପ୍ ନମ୍ବର ହେଉଛି ୮୫୨୭୫୮୦୨୪୫। ଠିକ୍ ସେମିତି ଲ୍ୟାଣ୍ଡ ଲାଇନ୍ ନମ୍ବର- ୦୧୧-୨୩୦୧୨୭୫୧ ମଧ୍ୟ ଜାରି କରାଯାଇଛି। ଇମେଲ୍- [email protected]/ [email protected]ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।