ଜାତୀୟ

ୟୁକ୍ରନେରେ ୧୮ ରୁ ୬୦ ବର୍ଷ ବୟସଙ୍କ ଦେଶ ଛାଡିବା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ() ଋଷ ଏବଂ ୟୁକ୍ରେନରେ ଜାରି ରହିଛି ଘମାଘୋଟ ଲଢେଇ । ଗୁରୁବାରଠାରୁ ଋଷରେ ଲଗାତାର ସବୁପଟୁ ଆକ୍ରମଣ କରିବାରେ ଲାଗିଛି ପୁଟିନ ସେନା । ଋଷ ପକ୍ଷରୁ ସୈନ୍ୟ ଆକ୍ରମଣ କରିବା ପରେ ରାଷ୍ଟ୍ରପତି ଦେଶରେ ମାର୍ସାଲ ଲ ଲାଗୁ କରିଛି ।

ନାଗରିକଙ୍କୁ ଅପିଲ କରାଯାଉଛି କି, ସେମାନ ଭୟଭୀତ ନ ହୁଅନ୍ତୁ । ସେହିପରି ୧୮ରୁ ୬୦ ବର୍ଷ ବ୍ୟକ୍ତିଙ୍କୁ କୁହାଯାଇଛି ଯେ, ସେମାନେ ଦେଶ ଛାଡି ନ ଯାଅ । ୧୮ ରୁ ୬୦ ମଧ୍ୟରେ ଥିବା ସବୁ ୟୁକ୍ରେନ ପୁରୁଷମାନଙ୍କୁ ଦେଶ ଛାଡି ଯିବାରେ ଲଗାଯାଇଛି ପ୍ରତିବନ୍ଧକ । ସୂଚନା ଥାଉକି, ଏହି ପ୍ରତିବନ୍ଧକ ମାର୍ସାଲ ଲ ଲାଗୁ ପର୍ଯ୍ୟନ୍ତ ରହିବ ।

ୟୁକ୍ରେନ ସୀମା ରକ୍ଷକ ସେବା ସୂଚନା ଅନୁାସାରେ ଏହି ପ୍ରତିବନ୍ଧକ ଏଥିପାଇଁ ଲାଗୁ ହୋଇଛି ଯ, କାରଣ ସରକାର ଚାହୁଛନ୍ତି ଦେଶ ସୁରକ୍ଷା ପାଇଁ ସବୁ ପୁରୁଷମାନେ ଆଗେଇ ଆସ । ବର୍ତ୍ତମାନ ଯୁଦ୍ଧ ସମୟରେ ୟୁକ୍ରେନ ସେନାକୁ ସାହାଯ୍ୟ ସହ ଗୁରୁତରଙ୍କ ସହାୟତା କର ବୋଲି ସରକାର ଦେଶବାସୀଙ୍କୁ ଅପିଲ କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com