ଓଡ଼ିଶା

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍‌

ଭୁବନେଶ୍ୱର() ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ୍‌। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସେଲ୍‌ ଖୋଲା ଯାଇଛି। ରେସିଡେଣ୍ଟ କମିଶନର ରବି କାନ୍ତ ସ୍ୱତନ୍ତ୍ର ସେଲ୍‌ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି। ଏହି ସେଲ୍‌ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ।

ଖୋଲାଯାଇଥିବା ସ୍ୱତନ୍ତ୍ର ସେଲ୍‌କୁ ଯୋଗାଯୋଗ କରିବା ପାଇଁ ହ୍ୱାଟ୍ସଆପ୍‌ ଓ ଲ୍ୟାଣ୍ଡଲାଇନ୍‌ ଓ ଇ-ମେଲ ଜାରି କରାଯାଇଛି। ଜାରି ହୋଇଥିବା ମୋବାଇଲ ହ୍ୱାଟ୍ସଆପ୍‌ ନମ୍ବର ହେଉଛି ୮୫୨୭୫୮୦୨୪୫। ଠିକ୍‌ ସେମିତି ଲ୍ୟାଣ୍ଡ ଲାଇନ୍‌ ନମ୍ବର- ୦୧୧-୨୩୦୧୨୭୫୧ ମଧ୍ୟ ଜାରି କରାଯାଇଛି। ଇମେଲ୍‌- re.odisha@gmail.com/ resem-or@aic.inରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Related Articles

Back to top button