ଅନ୍ତର୍ଜାତୀୟ

ଯୁଦ୍ଧ ପାଇଁ ବାହାରିଲେ ୮୦ ବର୍ଷିୟ ବୃଦ୍ଧ, ସେନାରେ ଯୋଗ ଦେବାକୁ ଲାଇନ୍‌ରେ ହେଲ ଠିଆ

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ଧ୍ୱଶଂଲୀଳା ଚଲାଇଛି ଋଷ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି। ଏହି ସମୟରେ ୟୁକ୍ରେନ୍‌ରୁ ମନକୁ ଆନ୍ଦୋଳିତ କଲାପରି କିଛି ଫଟୋ ସାମ୍ନାକୁ ଆସିଛି। କେଉଁଠି ବାପା ଝିଅ ଅଲଗା ହେଉଥିବାର ଫଟୋ ସାମ୍ନାକୁ ଆସିଛି ତ କେଉଁଠି ପ୍ରେମୀ ଯୁଗଳ ଅଲଗା ହେଉଥିବା ଦେଖିବାକୁ ମିଳିଛି। ଏସବୁ ବିଦାୟ ସମୟର ଫଟୋ ପରି ଆଉ ଏକ ମନକୁ ଆନ୍ଦୋଳିତ କଲାପରି ଫଟୋ ସାମ୍ନାକୁ ଆସିଛି। ୮୦ ବର୍ଷିୟ ବୃଦ୍ଧ ଋଷ ବିରୋଧରେ ଯୁଦ୍ଧକୁ ବାହାରିଛନ୍ତି।

ୟୁକ୍ରେନ୍‌ର ଏହି ବୃଦ୍ଧ ଜଣଙ୍କ ସେନାରେ ଯୋଗ ଦେବାକୁ ଧାଡିରେ ଠିଆ ହୋଇଛନ୍ତି। ହାତରେ ଏକ ବ୍ୟାଗ ଧରିଛନ୍ତି। ସେଥିରେ ସେ ଦୁଇଟି ଟି-ସାର୍ଟ, ଦୁଇଟି ପ୍ୟାଣ୍ଟ, ଟୁଥ୍‌ବ୍ରସ୍‌ ଏବଂ କିଛି  ଖାଦ୍ୟ ସାମଗ୍ରୀ ରଖିଛନ୍ତି। ବୃଦ୍ଧ ଜଣଙ୍କ ତାଙ୍କ ନାତି ନାତୁଣୀଙ୍କର ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ବୃଦ୍ଧଙ୍କ ପଦକ୍ଷେପରୁ ପରିବାର ପ୍ରତି ଥିବା ସ୍ନେହ ଶ୍ରଦ୍ଧା ଏବଂ ପରିବାରକୁ ସୁରକ୍ଷିତ ରଖିବାର ଚିନ୍ତା ଝଲସୁଛି ।

ଫଟୋଟିକୁ କେଟରିନା ୟୁଶୋଚେକ ଟ୍ବିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଢେର୍‌ ଲାଇକ୍‌ ଦିଆଯାଇଛି। ଏବଂ ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି ।

Related Articles

Back to top button