ଅନ୍ତର୍ଜାତୀୟ
ୟୁକ୍ରେନ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ, ପହଞ୍ଚିପାରୁନି ସିଲିଣ୍ଡର୍; ହଜାର-ହଜାର ରୋଗୀଙ୍କ ଜୀବନ ଏବେ ବିପଦରେ
![](https://i0.wp.com/odia.mobilenews24x7.com/wp-content/uploads/2022/02/107020981-16458081792022-02-25t162104z_1784891828_rc20rs9wgeri_rtrmadp_0_ukraine-crisis-poland.jpeg?resize=720%2C405&ssl=1)
ନୂଆଦିଲ୍ଲୀ : ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ୟୁକ୍ରେନୀୟ ହସ୍ପିଟାଲ ଗୁଡ଼ିକରେ ସ୍ତିତି ଶୋଚନୀୟ ହେବାରେ ଲାଗିଛି । ରୁଷ ଆକ୍ରମଣରେ ହଜାର ହଜାର ସାଧାରଣ ନାଗରିକ ଠାରୁ ଆରମ୍ଭ କରି ପିଲାମାନେ କ୍ଷତବିକ୍ଷତ ହେଉଥିବା ବେଳେ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହେଉଛି । ବର୍ତ୍ତମାନ ୟୁକ୍ରେନୀୟ ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନ୍ ଯୋଗାଣ କ୍ଷତିଗ୍ରସ୍ତ ହେବାରୁ ହଜାର ହଜାର ରୋଗୀଙ୍କ ଜୀବନ ଏବେ ବିପଦରେ । ଏନେଇ ଚିନ୍ତାପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ରବିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବୟାନରେ କୁହାଯାଇଛି ଯେ, ଯୁଦ୍ଧ ପରିସ୍ଥିତି ଯୋଗୁଁ ଅକ୍ସିଜେନ୍ ଭରା ସିଲିଣ୍ଡର ହସ୍ପିଟାଲରେ ଗୁଡ଼ିକରେ ପହଞ୍ଚିପାରୁନାହିଁ । ଦେଶ ବ୍ୟାପୀ ଏବେ ଏହି ସଙ୍କଟ ଉଗ୍ର ରୂପ ନେବାରେ ଲାଗିଛି । ଏଥିରେ ରାଜଧାନୀ କିଭ୍ ମଧ୍ୟ ସାମିଲ ରହିଛି । ରୁଷ ସେନାଙ୍କ ଟାର୍ଗେଟରେ ଏବେ ରାଜଧାନୀ କିଭ୍ ରହିଥିବା ବେଳେ ଲଗାତର ଭାବରେ ବିସ୍ଫୋରଣ, ରକେଟ୍ , ମିସାଇଲ୍ ଆକ୍ରମଣ ଇତ୍ୟାଦି ଜାରି ରଖିଛନ୍ତି ସେନା ।