ଜାତୀୟମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡ଼ି’ ଫିଲ୍ମ ଦେଖିବା ପରେ ଆଲିଆଙ୍କ ପ୍ରଶଂସା କଲେ ସାମନ୍ଥା, ଇନଷ୍ଟାଗ୍ରାମ୍‌ରେ ସେୟାର କଲେ ପୋଷ୍ଟ…

ନୂଆଦିଲ୍ଲୀ() ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଗଙ୍ଗୁବାଇ କାଠିଆୱାଡ଼ି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ଫିଲ୍ମକୁ ନେଇ ଆଲିଆ ଖୁବ୍‌ ଚର୍ଚ୍ଚାରେ ଅଚନ୍ତି । ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଆଲିଆ ଭଟ୍ଟଙ୍କ ଭୂମିକାକୁ ଦର୍ଶକ ଭୁରି ଭୁରି ପ୍ରଶଂସା କରିଛନ୍ତି। ଫିଲ୍ମକୁ ଦେଖିବା ପାଇଁ ପ୍ରେକ୍ଷାଳୟ ଆଗରେ ଭିଡ ଜମୁଛି। ଅଭିନେତା,ଅଭିନେତ୍ରୀ ମଧ୍ୟ ଫିଲ୍ମକୁ ଉତ୍ସାହର ସହ ଦେଖୁଛନ୍ତି। ନିକଟରେ ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ମଧ୍ୟ ଫିଲ୍ମକୁ ଦେଖି ଆଲିଆଙ୍କ ଅଭିନୟରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଲିଆଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ଏହାକୁ ନେଇ ସେ ଲେଖିଛନ୍ତି ଯେ, ଏହା ହେଉଛି ଗୋଟିଏ ମାଷ୍ଟରପିସ୍‌ ଫିଲ୍ମ । ଆଲିଆଙ୍କ ଅଭିନୟ ସମ୍ପର୍କରେ ଆଲୋଚନା କରିବା ପାଇଁ ସାମନ୍ଥାଙ୍କ ନିକଟରେ ଶବ୍ଦ ନାହିଁ ବୋଲି ସେ କହିଛନ୍ତି । ପ୍ରତିଟି ଡାଏଲଗ୍‌ ଓ ଦୃଷ୍ଟିଭଙ୍ଗୀ ସର୍ବଦା ତାଙ୍କ ମନରେ ଛାପି ହୋଇ ରହିବ ବୋଲି କହିଛନ୍ତି ସାମନ୍ଥା । ଆଲିଆଙ୍କ ବ୍ୟତୀତ ଏଥିରେ ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ଦିଲ୍ଲୀ ଓ ମୁମ୍ବାଇରେ ଶୁଟିଂ ହୋଇଛି। ରିଲିଜର ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ ୧୦ କୋଟିରୁ ଊଦ୍ଧର୍‌ବ ବ୍ୟବସାୟ କରିଥିବା ଜଣାପଡ଼ିଛି।

Related Articles

Back to top button