ଓଡ଼ିଶା

ମିଲନ ଷ୍ଟୁଡିଓରେ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

କଟକ() ଷ୍ଟୁଡିଓ ରେ ଚାଲିଛି ଗୀତ ରେକଡ଼ିଂ। ଓଡିଶାର ଲୋକପ୍ରିୟ ଗୀତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ତାଳେ ତାଳେ ବୋଲା ଯାଉଛି ଗୀତ। ଆଉ ଇଏ ହେଉଛି କଟକର ମିଲନ ଷ୍ଟୁଡିଓ। ଯେଉଁଠି କି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୀତ ଗାଇଛନ୍ତି। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଅତି ସୁନ୍ଦର ଭାବରେ ଗାଇଛନ୍ତି ଗୀତ। ତାଙ୍କ ସହିତ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପେମାନନ୍ଦ ଓ କଣ୍ଠଶିଳ୍ପୀ ଦିପ୍ତୀରେଖା ରହିଥିଲେ।

ତେବେ ଏହି ଗୀତ ଗାଇବା ସମୟରେ ଆତ୍ମବିଭୋର ହୋଇଯାଇଥିଲେ ରାଜ୍ୟପାଳ। ରାଜ୍ୟପାଳ ଦ୍ଵିତୀୟ ଥର ପାଇଁ ଓଡ଼ିଆ ଗୀତ ଗାଇ ବେଶ ଭଲ ଲାଗିଲା ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହାସହିତ ଏହି ସଙ୍ଗୀତର ସଙ୍ଗୀତ ନିର୍ଦ୍ଦେଶକପ୍ରେମାନନ୍ଦଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି ରାଜ୍ୟପାଳ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ନୂଆ ରୂପରେ ବର୍ଣ୍ଣନା କରାଯାଇଛି। ପୁର୍ବରୁ ମାଟି ଓଡିଶା ଜାତି ଓଡିଶା ଗୀତ ଗାଇଥିଲେ ରାଜ୍ୟପାଳ। ଆଉ ସେହି ଗୀତଟି ଅଧିକ ଲୋକପ୍ରିୟ ହୋଇଥିଲା। ଗୀତର ରେକଡ଼ିଂ ମିଲନ ଷ୍ଟୁଡିଓ ରେ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ପୁରୀ ସ୍ଥିତ ରାଜଭବନରେ ସୁଟିଂ କରାଯିବା ନେଇ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ।

ଏହି ଗୀତରେ ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଛନ୍ତି ଓଡିଶା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ଦିପ୍ତିରେଖା।

Related Articles

Back to top button
WP Twitter Auto Publish Powered By : XYZScripts.com