ଓଡ଼ିଶା

ବିଧାନ ପରିଷଦ ଗଠନ ନେଇ ୨୦୧୮ରୁ କେନ୍ଦ୍ର ନିକଟକୁ ଯାଇଛି ପ୍ରସ୍ତାବ : ବାଚସ୍ପତି

ଭୁବନେଶ୍ବର () ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୧୮ ସେପ୍ଟେମ୍ବର ୨୦୧୮ରେ ଏହି ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଯାଇଛି । ସେକ୍ରେଟାରୀ ରାଜ୍ୟସଭା ଓ ସେକ୍ରେଟାରୀ ଲୋକସଭାକୁ ପଠା ଯାଇଥିଲା । ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ ମସିହାରୁ ଚେଷ୍ଟା ଚାଲିଛି । ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ୨୦୧୫ ମସିହା ଜାନୁଆରୀ ୧୯ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା । ୨୦୧୮ମସିହା ସେପ୍ଟେମ୍ବର ୬ତାରିଖରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com