Scotland's striker Che Adams shoots the ball during the FIFA World Cup Qatar 2022 qualification football match between Moldova and Scotland at Chisinau's Zimbru Stadium on November 12, 2021. (Photo by Bogdan TUDOR / AFP)
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସାରା ବିଶ୍ୱରେ ତୀବ୍ର ନିନ୍ଦା କରାଯାଇଛି । ଋଷ ବିରୋଧରେ ନିଜ ଦେଶର ଲୋକ ବି ଆଗକୁ ଆସୁଛନ୍ତି । ଯୁଦ୍ଧ ରୋକିବାକୁ ପୁଟିନ ସେନାକୁ ନିବେଦନ କରୁଛନ୍ତି ସାରା ଦେଶବାସୀ । ପୁଟିନଙ୍କ ଏକଛତ୍ରବାଦ ନୀତିକୁ ବିରୋଧକରି ଏକାଠି ହେଉଛନ୍ତି ଲୋକେ ।
ତଥାପି ନିଜ ଜିଦ୍ରେ ଅଟଳ ଅଛନ୍ତି ଭ୍ଲାଦିମିର ପୁଟିନ । ହେଲେ ପୁଟିନଙ୍କ ଏହି ମନୋଭାବ ଏବେ ମହଙ୍ଗା ସାବ୍ୟସ୍ତ୍ୟ ହେବାକୁ ବସିଛି । ୟୁକ୍ରେନ-ଋଷ ଯୁଦ୍ଧ ପ୍ରଭାବ ଏବେ ଖେଳ ମୈଦାନ ଉପରେ ଦେଖିବାକୁ ମିଳିଛି । ଋଷ ଉପରେ କଡା ଆଭିମୁଖ୍ୟ ପୋଷଣ କରିଛି ଫିଫା । ଫୁଟବଲ ୱାର୍ଲ୍ଡ କପରୁ ଋଷକୁ ବାଦ ଦେଇଛି ଫିଫା । ଚଳିତ ବର୍ଷ ଫିଫା ୱାର୍ଲ୍ଡ କତାରରେ ଆୟୋଜିତ ହେବାକୁ ଯାଉଛି ।
କେବଳ ଏହି ଗୋଟିଏ ଟୁର୍ଣ୍ଣାମେଣ୍ଟ ନୁହେଁ ସବୁଥିରୁ ଋଷକୁ ବାସନ୍ଦ କରାଯାଇଛି । ଇଣ୍ଟରନ୍ୟାସନାଲ ଆଇସ୍ ହକିରୁ ମଧ୍ୟ ଋଷକୁ ବାଦ ଦିଆଯାଇଛି । ଋଷ ସହ କୌଣସି ଇଭେଣ୍ଟ ଖେଳିବାକୁ ମନା କରିଦେଇଛନ୍ତି ପୋଲାଣ୍ଡ, ୱିଡେନ୍ ଓ ଚେକ୍ ରିପବ୍ଲକ୍ ।
ଆଇସ୍ ହକିରେ ଆଗକୁ ଋଷକୁ ସାମନା କରିଥାନ୍ତା ପୋଲାଣ୍ଡ । ଯାହା ମସ୍କୋରେ ଅନୁଷ୍ଠିତ ହେବାକୁ ଥିଲା । ଉଭୟ ଫିଫା ଓ ଆଇସ୍ ହକି ୟୁଇଏଫଏ ଉଭୟ ୟୁକ୍ରେନକୁ ସହାନୁଭୂତି ଦେଖାଉଥିବାବେଳେ ଋଷକୁ ଘୋର ବିରୋଧ କରିଛନ୍ତି ।