ଅନ୍ତର୍ଜାତୀୟଜାତୀୟ
ୟୁକ୍ରେନରେ ଫସିରହିଥିବା ଲୋକଙ୍କ ପାଇଁ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରି, ଅପରେସନ୍ ଗଙ୍ଗାରେ ସାମିଲ ହେଲା ସି-17 ବିମାନ
ନୂଆଦିଲ୍ଲୀ : ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଅଭିଯାନକୁ ଜୋରଦାର କରି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଭାରତୀୟମାନଙ୍କୁ ଫେରାଇଆଣିବାକୁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବାୟୁସେନା ବିମାନ ଯୋଗ ସହିତ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏହା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ । ଭାରତୀୟ ବାୟୁସେନାର ଅନେକ C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ଉଡ଼ାଣ ଆରମ୍ଭ କରିବ ।
ଏପର୍ଯ୍ୟନ୍ତ ଭାରତୀୟ ବିମାନ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତକୁ ପାଖାପାଖି ୧,୫୦୦ ଲୋକଙ୍କୁ ଆଣିଛି । ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ନାଗରିକମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ 6 ଟି ବିମାନ ଭାରତୀୟଙ୍କୁ ଆଣିଛି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି
Embassy of India in Ukraine advises Indians to leave Kyiv urgently today pic.twitter.com/tmoXpWTd1l
— ANI (@ANI) March 1, 2022
।