ଅନ୍ତର୍ଜାତୀୟଜାତୀୟ
ଘମାଘୋଟ ଚାଲିଛି ଯୁଦ୍ଧ, ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ
![](https://i0.wp.com/odia.mobilenews24x7.com/wp-content/uploads/2022/03/3000-1024x575-1.jpeg?resize=780%2C470&ssl=1)
ନୂଆଦିଲ୍ଲୀ() ୟୁକ୍ରେନ୍ର ରାଜଧାନୀ ଖାରକିଭ୍ ତୁରନ୍ତ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ । ଭାରତୀୟ ଦୂତାବାସ ପକ୍ଷରୁ ଭୟଙ୍କର ଯୁଦ୍ଧ ଭିତରେ ନିଜ ନିଜ ସୁରକ୍ଷା ପାଇଁ ସେଠାରେ ରହିଥିବା ଭାରତୀୟ ଯଥା ସମ୍ଭବ ଉକ୍ତ ସ୍ଥାନ ପରିତ୍ୟାଗ କରି କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଦୂତାବାସ କହିଛି । ମିଳିଥିବା ସୂଚନା ଅନୁସାରେ ଖାରକିଭ୍ ଓ ସୁମୀରେ ଋଷ୍ ସେନା ପକ୍ଷରୁ ଆକ୍ରମଣ ଜାରି ରହିଛି ଏବଂ ସେଠାରେ ୪ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି ।
ଯୁଦ୍ଧର ସାମ୍ନା କରୁଥିବା ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ଖାରକିଭ୍ ଏବଂ ଯୁଦ୍ଧ ଜାରି ରହିଥିବା ସ୍ଥାନରୁ ଭାରତୀୟଙ୍କୁ ସୁରକ୍ଷିତ ବାହରକୁ ଆଣିବା ପାଇଁ ମସ୍କୋ ସହିତ ସଂପର୍କରେ ରହିଛି କେନ୍ଦ୍ର ।