ଅନ୍ୟାନ୍ୟ

ଭାଙ୍ଗିପଡୁଛି ରୁଷ୍‌ ସୈନିକଙ୍କ ମନୋବଳ; ଯୁଦ୍ଧ ଏଡ଼ାଇବାକୁ ଜାଣିଶୁଣି ଯୁଦ୍ଧଯାନର ‘ଗ୍ୟାସ୍‌ ଟ୍ୟାଙ୍କ୍‌’ରେ କଣା କରି ଦେଉଛନ୍ତି: ପେଣ୍ଟାଗନ୍‌

ନୂଆଦିଲ୍ଲୀ : ମନୋବଳ ଭାଙ୍ଗିପଡୁଥିବାରୁ କେତେକ ରୁଷୀୟ ସୈନିକ ଯୁଦ୍ଧ ଏଡ଼ାଇବାକୁ ଜାଣିଶୁଣି ନିଜ ନିଜର ଯୁଦ୍ଧଯାନର ‘ଗ୍ୟାସ୍‌ ଟ୍ୟାଙ୍କ୍‌’ରେ କଣା ପରି ପକାଉଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ପେଣ୍ଟାଗନ୍‌ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି।
ନ୍ୟୁୟର୍କ ଟାଇମ୍‌ସ୍‌ ରିପୋର୍ଟ ଅନୁସାରେ, ନାମ ପ୍ରକାଶ କରି ନ ଥିବା ଉକ୍ତ ଅଧିକାରୀଜଣକ କହିଛନ୍ତି, ଯୁଦ୍ଧ ଏଡ଼ାଇବା ଲାଗି ସୈନିକମାନେ ଆତ୍ମଘାତୀ କାମ କରୁଥିବା ପରି ମନେହୁଏ। ସେ ଆହୁରି ମଧ୍ୟ କହିଛନ୍ତି, ରୁଷୀୟ ସୈନିକମାନଙ୍କ ମଧ୍ୟରୁ ଅନେକେ ତରୁଣ ଏବଂ ଯୁଦ୍ଧ ଅନଭିଜ୍ଞ। ସେମାନେ ଭୋଜନ ଓ ଇନ୍ଧନ ଅଭାବଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନୀୟ ସେନାର ଏଭଳି ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେବେ ବୋଲି ମଧ୍ୟ ସେମାନେ ଭାବି ନ ଥିଲେ।
ଯୁଦ୍ଧକୁ ପଠାଯାଉଛନ୍ତି ବୋଲି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମଧ୍ୟ କୁହାଯାଇ ନ ଥିଲା। ତେଣୁ, ଯୁଦ୍ଧ ଏଡ଼ାଇବା ପାଇଁ ଉକ୍ତ ସୈନିକମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଯୁଦ୍ଧଯାନର ଗ୍ୟାସ୍‌ ଟ୍ୟାଙ୍କର୍‌ରେ ଛିଦ୍ର କରି ପକାଉଛନ୍ତି।
‘ଡେଲି ମେଲ୍‌’ ରିପୋର୍ଟ ଅନୁସାରେ, ‘ବ୍ରିଟିସ୍‌ ଗୁଇନ୍ଦା କମ୍ପାନି’ରୁ ପ୍ରାପ୍ତ ‘ଭଏସ୍‌ ରେକର୍ଡିଙ୍ଗ୍‌’ରୁ ଜଣାପଡୁଛି ଯେ, ରୁଷ୍‌ ସୈନିକମାନେ ସମ୍ପୂର୍ଣ୍ଣ ବିଶୃଙ୍ଖଳ ହୋଇପଡ଼ିଛନ୍ତି। ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ କରିବା ଲାଗି ସେମାନେ ‘ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ଆଦଶେ ଅମାନ୍ୟ କରିବା ସହ ଖାଦ୍ୟ ସରିଯାଉଥିବା ଅଭିଯୋଗ କରୁଛନ୍ତି।

Related Articles

Back to top button