ଅନ୍ୟାନ୍ୟ

ଅଶାନ୍ତ ପିପିଲିରେ ପୁଲିସ ଛାଉଣୀ

ପିପିଲି, ୨୫/୧୦/୨୦୨୨-  ବୋମାମାଡ ସହ ଗୁଳିମାଡରେ ଅଶାନ୍ତ ହୋଇପଡ଼ିଛି ପିପିଲି । ୭ ନମ୍ବର ୱାର୍ଡରେ ପୁଲିସ ଛାଉଣୀ ହୋଇଛି । ୨ ପ୍ଲାଟୁନ ପୁଲିସ ଫୋର୍ସ ସହ ୫ ଜଣ ସିନିଅର ଅଫିସର ମୁତୟନ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୀପାବଳିରେ ବୋମାମାଡ ସହ ଜଣଙ୍କୁ ଗୁଳିମାଡ ହୋଇଥିଲା । ଫଳରେ ଅଶାନ୍ତ ହୋଇପଡ଼ିଛି ପିପିଲି । ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ସେହି ସ୍ଥାନରେ ପୁଲିସର କଡା ପହରା ଲାଗିଛି । ସେପଟେ ବୋମାମାଡ ଯୋଗୁ ଅଶାନ୍ତି ବଢିଚାଲିଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com