ଅନ୍ୟାନ୍ୟ

ସାମ୍ନାକୁ ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ WhatsApp ଚାଟ୍

ଭୁବନେଶ୍ୱର, ୦୩/୦୩/୨୦୨୩ –    ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମାଆଙ୍କ ସହ କରିଥିବା ହ୍ବାଟ୍ସ ଆପ୍ ଚାଟ୍ ସାମ୍ନାକୁ ଆସିଛି । ଘଟଣା ଦିନ ମାଆଙ୍କୁ ଫଟୋ ପଠାଇବା ସହ ସ୍ବାଭାବିକ ଭାବେ କଥା ହୋଇଥିଲେ ଚିନ୍ମୟୀ । ସଂଧ୍ୟା ୬ଟାରେ ଘରକୁ ଫେରିବାକୁ କହିଥିଲେ । କିନ୍ତୁ ପରେ ଭଉଣୀ ଜନ୍ମଦିନ ପାଇଁ ଭୁବନେଶ୍ୱର ଆସୁଥିବା ଜଣାଇଥିଲେ ।

ବସରେ ବସିବା ପରେ ମାଆ କଲ୍ କରିବାକୁ କହିଥିଲେ, ହେଲେ କଲ୍ କରିନଥିଲେ ଚିନ୍ମୟୀ । ରାତି ୮ଟାରେ ମାଆଙ୍କ ଫୋନ୍ ଉଠେଇ ନଥିଲେ । ରାତି ୯ଟା ୨୦ରେ ଫୋନ୍ କରିବା ବେଳେ ତାଙ୍କ ମାଆ ପାଟିତୁଣ୍ଡ, ଚିତ୍କାର ଶବ୍ଦ ଶୁଣିଥିଲେ । ହେଲେ ତାପରେ ଚିନ୍ମୟୀ ଆଉ ଫୋନ୍ ଉଠେଇ ନଥିବା ତାଙ୍କ ମାଆ କହିଛନ୍ତି । ଝିଅକୁ ହତ୍ୟା କରା ଯାଇଥିବା ଚିନ୍ମୟୀଙ୍କ ବାପା ମାଆ ଅଭିଯୋଗ କରିଛନ୍ତି ।

ସେପଟେ କାଲି ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ଆଜି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବୁର୍ଲା ପୋଲିସ ଓ ସାଇଣ୍ଟିଫିକ ଟିମ୍ । କିଭଳି ଚିନ୍ମୟୀ ପାଣିରେ ପଡିଲେ, ସେନେଇ ତଦନ୍ତ କରାଯାଉଛି । ମାମଲାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଅଟକ ଅଛନ୍ତି । ସମ୍ବଲପୁର ପୋଲିସର ତିନୋଟି ଟିମ୍ ସୋନପୁର ବଲାଙ୍ଗିର ଓ ଭୁବନେଶ୍ୱର ଯାଇ ଛାନଭିନ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com