ଅନ୍ୟାନ୍ୟ

କେନ୍ଦୁଝର ପୁରୁଣା ବଜାରରୁ ଦୁଇଟି ଅଜଗର ସାପ ଉଦ୍ଧାର

ଭୁବନେଶ୍ୱର,୨୭/୧୧/୨୦୨୨-    କେନ୍ଦୁଝର ପୁରୁଣା ବଜାରସ୍ଥିତ ରାଜ ଉଆସରୁ ଦୁଇଟି ଅଜଗର ସାପ ଉଦ୍ଧାର କରାଯାଇଛି । ଏହି ସାପ ଦୁଇଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା । ବନ ବିଭାଗ କର୍ମଚାରୀମାନେ ସାପ ଧରାଳି ସୁଦର୍ଶନ ସ୍ୱାଇଁଙ୍କ ସହାୟତରେ ଏହି ସାପ ଦୁଇଟିକୁ ଧରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଛନ୍ତି । ପ୍ରବଳ ଶୀତ ଯୋଗୁଁ  ଅଜଗର ଦୁଇଟି ଗାତରୁ ବାହାରି ଖରାରେ ଶୋଇଥିଲେ । ସ୍ଥାନୀୟ ଲୋକେ ସାପ ଦୁଇଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀମାନେ ସାପ ଦୁଇଟିକୁ ଉଦ୍ଧାର କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com