ଅନ୍ତର୍ଜାତୀୟ

୬ ଘଣ୍ଟା ଯୁଦ୍ଧ ରୋକିବ ରୁଷ, ଖାରକିଭ୍ ରୁ ଭାରତୀୟ ବାହାରିବେ ସୁରକ୍ଷିତ; ମୋଦୀଙ୍କ ଅନୁରୋଧରେ ରାଜିହେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଏହା ଭିତରେ ୟୁକ୍ରେନରେ ଫସିଥିରା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଭାରତ ସରକାର । ଏଥିପାଇଁ ବାୟୁସେନାଙ୍କର ମଧ୍ୟ ସହାୟତା ନିଆଯାଇଛି । ତେବେ ଏହାରି ଭିତରେ ଭାରତ ସରକାର ରୁଷ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଛି । ଖାରକିଭ୍ ରେ ଫସିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ରୁଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ରାଜି ହୋଇଯାଇଛି । ତେବେ ଏହି ବୁଝାମଣା କେବଳ ଭାରତୀୟଙ୍କୁ ଖାରକିଭ୍ ରୁ ବାହାରକୁ ଆଣି ୟୁକ୍ରେନ ସୀମାନ୍ତ ଦେଶ ଗୁଡ଼ିକର ବୋର୍ଡର୍ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ହୋଇଛି ।

ୟୁକ୍ରେନର ଅନ୍ୟତମ ବଡ଼ ସହର ଖାରକିଭ୍ ରେ ଲଗାତର ଆକ୍ରମଣ କରାଯାଉଥିବାରୁ ବଙ୍କର୍ ରେ ଫସିରହିଥିବା ଭାରତୀୟ ମାନେ ଭୟ ଭିତରେ ରହିଛି । କୁହାଯାଉଛି ଯେ, ଭାରତୀୟଙ୍କୁ ସେଠାରୁ ବାହାରିବାକୁ ଦିଆଯାଉ ନାହିଁ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ କଥା ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପ୍ରସଙ୍ଗ ଉଠାଇଥିଲେ । ତେବେ ଏହି ସମୟରେ ରାଷ୍ଟ୍ରପତି ପୁଟିନ୍, ମୋଦୀଙ୍କୁ କହିଛନ୍ତି ଯେ, ରୁଷ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଖାରକିଭ୍ ରେ ୟୁକ୍ରେନ ସେନା ଭାରତୀୟ ଛାତ୍ରଛାତ୍ରୀଙ୍କୁ ମାନବ ଢ଼ାଲ ଭାବରେ ବ୍ୟବହାର କରୁଛି ।

 

ଅନ୍ୟପଟେ ଭାରତୀୟ ଦୂତାବାସ ମଧ୍ୟ ବୁଧବାର ଦିନ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ନାଗରିକଙ୍କଚ ଅପିଲ୍ କରିଥିଲା ଯେ, ନିଜର ସୁରକ୍ଷାକୁ ଧ୍ୟାନରେ ରଖି ଯେତେ ଶୀଘ୍ର ହୋଇପାରିବ ଖାରକିଭ୍ ଛାଡ଼ିଦିଅ । ଦୂତାବାସ ପକ୍ଷରୁ ଆଡଭାଇଜରୀ ଜରିଆରେ କୁହାଯାଇଥିଲା ଯେ, ନାଗରିକ ମାନେ ଖାରକିଭ୍ ଛାଡ଼ି ପେସୋଚିନ୍, ବାବାୟେ ଓ ବେଜଲିୟୁଦୋକ୍ୱା ପହଞ୍ଚନ୍ତୁ ଯାହା ୧୬ କିମି ମଧ୍ୟରେ ରହିଛି ।

 

ଏହା ମଧ୍ୟରେ ଅପରେସନ୍ ଗଙ୍ଗା ଜରିଆରେ ୩,୭୨୬ ଭାରତୀୟ ଆଜି ବୁଖାରେଷ୍ଟ୍ ରୁ ୮ ଫ୍ଲାଇଟ୍, ସୁସେବାରୁ ୨ ଟି ଫ୍ଲାଇଟ୍, କୋସିସେରୁ ୧ ଫ୍ଲାଇଟ୍, ବୁଡ଼ାଫେଷ୍ଟ୍ ରୁ ୫ଟି ଫ୍ଲାଇଟ୍ ଓ ରେଜଜୋରୁ ୩ଟି ଫ୍ଲାଇଟ୍ ରେ ଭାରତ ପହଞ୍ଚିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com