ଅନ୍ୟାନ୍ୟ

ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ

 ଭୁବନେଶ୍ୱର, ୨୩/୧୨/୨୦୨୨-    ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି । ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ବୋଲି ସେ କହିଛନ୍ତି ।

ପୁଟିନ ଆହୁରି ମଧ୍ୟ କହିଛନ୍ତି କି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ । ଆମର ବିରୋଧୀମାନେ  ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ । ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସସ୍କିଙ୍କ ସହ ହ୍ୱାଇଟ୍ ହାଉସରେ ବୈଠକ ପରେ ଆସିଛି । ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ ।

ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି । ଏହାରି ମଧ୍ୟରେ ଋଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com