ଅନ୍ୟାନ୍ୟ

ବିମାନବନ୍ଦରରେ ଟଳିଲା ବଡ ଦୁର୍ଘଟଣା, ଅବତରଣ ବେଳେ ଫାଟିଯାଇଥିଲା ବିମାନ ଚକ

ବେଙ୍ଗାଲୁରୁ() ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଥାଇ ଏୟାରଓ୍ବେଜ୍‌ର ବିମାନର ଚକ ଫାଟିଯାଇଥିଲା । କିନ୍ତୁ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ସହ ଯାତ୍ରୀମାନଙ୍କର କୌଣସି ସମସ୍ୟା ହୋଇନାହିଁ । ଏହି ଦୁର୍ଘଟଣା ମଙ୍ଗଳବାର ରାତି ପ୍ରାୟ ୧୧ଟା୩୦ମିନିଟ୍‌ରେ ଘଟିଥିଲା । ଥାଇ ଏୟାରଓ୍ବେଜ୍‌ର ଏହି ବିମାନଟି ବ୍ୟାଙ୍କକରୁ ବେଙ୍ଗାଲୁରୁ ପାଇଁ ଉଡାଣ ଭରିଥିଲା । ରାତି ପ୍ରାୟ ୧୧ଟା୩୦ମିନିଟ୍‌ରେ ବିମାନ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ ହୋଇଥିଲା । ସୁରକ୍ଷିତ ଅବତରଣ ପରେ ବିମାନଟି ରନଓ୍ବେରୁ ବାହାରି ପାର୍କିଂ ଅଞ୍ଚଳରେ ରହିଥିଲା ।

ଗ୍ରାଉଣ୍ଡ ଷ୍ଟାଫ୍ ବିମାନର ପଛ ଚକ ଫାଟିଥିବା ଦେଖି ତୁରନ୍ତ ପାଇଲଟ୍‌ଙ୍କୁ ଖବର ଦେଇଥିଲେ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଯେ ଏ ବିଷୟରେ ପାଇଲଟ୍‌କୁ ମଧ୍ୟ ଏହା ଜଣାନଥିଲା ଯେ, ଲ୍ୟାଣ୍ଡିଂ ବେଳେ ବିମାନର ପଛ ଚକ ଫାଟି ଯାଇଥିଲା । ବିମାନକୁ ତୁରନ୍ତ ରେସକ୍ୟୁ ସ୍ଥାନକୁ ନିଆଯାଇଥିଲା । ସେଠାରେ ଟେକ୍ନିକାଲ କ୍ରୁ ବିମାନଟିକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରିଥିଲେ ।

ଏହି ବିମାନକୁ କିଛି ସମୟ ପରେ ପୁଣି ଥରେ ବ୍ୟାଙ୍କକ ଯିବାର ଥିଲା । ମାତ୍ର ବିମାନର ଚକ ଫାଟିବା ଏବଂ ଯାଞ୍ଚ ହେତୁ ବିମାନ ଯାତ୍ରା ବିଳମ୍ବ ହୋଇଥିଲା ଏବଂ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ଲାଗିଥିଲା । ଏୟାରଲାଇନ୍ସକୁ ମଧ୍ୟ ଏ ଘଟଣା ସମ୍ପର୍କରେ ଜଣା ନଥିଲା । ତେଣୁ ସେମାନେ ଯାତ୍ରୀଙ୍କୁ ବିମାନ ବିଳମ୍ବ ନେଇ କୌଣସି ସୂଚନା ପ୍ରଦାନ କରିନଥିଲେ । ଥାଇ ଏୟାରୱେଜ୍ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବେଙ୍ଗାଲୁରୁ ବିମାନବନ୍ଦର ମଧ୍ୟ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com