ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନରେ ଫସିଥିବା ଅନେକ ଛାତ୍ରଛାତ୍ରୀ ପହଁଞ୍ଚିଲେ ଦିଲ୍ଲୀରେ; କହିଲେ, ଚାଲି ଚାଲି ଅନେକ ବାଟ ଯିବାକୁ ପଡ଼ିଥିଲା…

ନୂଆଦିଲ୍ଲୀ() ୟୁକ୍ରେନରେ  ଫସିଥିବା ଭାରତୀୟଙ୍କୁ ଆଣିବାକୁ ଜାରି ରହିଛି ଅପରେସନ୍‌ ‘ଗଙ୍ଗା’।  ଏହି ଅଭିଯାନରେ ଏବେ ପର୍ଯ୍ୟନ୍ତ ପାଖାପାଖି  ୫ଟି ଫ୍ଲାଇଟ୍‌ ଭାରତୀୟଙ୍କୁ ଆଣି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି। ବୁଧବାରକୁ ୟୁକ୍ରେନରୁ ଆସିଥିବା ଫ୍ଲାଇଟ୍‌ରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଉତ୍ତରପ୍ରଦେଶ ମୁଜାଫରନଗରର ମରିୟମ୍‌।   ୬ ଭାଇଙ୍କ ଗୋଟିଏ ମାତ୍ର ବଡ଼ ଭଉଣୀ ହେଉଛନ୍ତି ମରିୟମ୍‌। ସେ ଯେତେବେଳେ ଦିଲ୍ଲୀରେ ପହଁଞ୍ଚିଥିଲେ ପରିବାରର ଖୁସି କହିଲେ ନସରେ।  ତାଙ୍କ ସ୍ୱାଗତ ପାଇଁ ପରିବାର ଲୋକେ ଏୟାରପୋର୍ଟରେ କେକ୍‌, ଫୁଲମାଳ ଓ ବୁକେ  ଓ ତ୍ରିରଙ୍ଗା ପତାକା ଧରି ପହଞ୍ଚିଥିଲେ।  ମରିୟମ କିଭରେ ମେଡିକାଲ୍‌ ପଢ଼ୁଥିଲେ।  ସେ ରୋମାନିୟାରୁ ଆଉ ଏକ ଫ୍ଲାଇଟରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ।

ଏହି ଫ୍ଲାଇଟରେ ଦିଲ୍ଲୀର ମାନସି ସିଙ୍ଘଲ ବି ଉପସ୍ଥିତ ଥିଲେ। ସେ ୟୁକ୍ରେନରେ ପଢ଼ୁଥିଲେ। ମାନସି ସାକ୍ଷାତକାର ଦେଇ କହିଛନ୍ତି, ତାଙ୍କୁ ରୋମାନିୟା ବର୍ଡରରେ ୭ ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ପଡ଼ିଥିଲା।  ସେ ତାଙ୍କ ଅନୁଭୂତି ସେୟାର କରି କହିଛନ୍ତି, ବର୍ଡରରେ ଖୁବ୍‌ ମାର ପିଟ୍‌ ଲାଗି ରହିଥିଲା। ଖୁବ୍‌ ଡର ଲାଗୁଥିଲା।

ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିବା ଆଉ ଜଣେ ଛାତ୍ରୀ ମନିଷାଙ୍କ ବାପା କହିଛନ୍ତି, ମୋ ଝିଅକୁ ପାଇ ମୁଁ ଖୁସି।

ୟୁକ୍ରେନର ଫସିଥିବା ଭାରତୀୟଙ୍କୁ ଫ୍ଲାଇଟ୍‌ ଲଗାତାର ଆଣି ଦିଲ୍ଲୀରେ ପହଁଚାଉଛି।  ପୋଲାଣ୍ଡରୁ ୨୧୮ ଛାତ୍ରଛାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ଏୟାର ଇଣ୍ଡିଆ ଫ୍ଲାଇଟ୍‌। ଏଥିରେ ଫରିଦାବାଦର ୨ ଭଉଣୀ ବି ଥିଲେ।  ସେ କହିଛନ୍ତି ଏଭଳି କଠିନ ପରିଶ୍ରମରେ  ଆମକୁ ୩୧ କିମି ବାଟ ଚାଲିବାକୁ ବି ପଡ଼ିଥିଲା।

ସୂଚନାଯୋଗ୍ୟ ଯେ, ଛାତ୍ରଛତ୍ରୀଙ୍କୁ ନେଇ ଏପର୍ଯ୍ୟନ୍ତ ୫ ଟି ଫ୍ଲାଇଟ୍‌ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚି ସାରିଛି।

Related Articles

Back to top button