ୟୁକ୍ରେନରୁ ଚାଲି ଚାଲି ପୋଲାଣ୍ଡ ସୀମାରେ ପହଞ୍ଚିଲେ ହଲିଉଡ୍ ଅଭିନେତା ସେନ୍, ବଖାଣିଲେ ଯୁଦ୍ଧର ଭୟଙ୍କର କଥା…
ନୂଆଦିଲ୍ଳୀ() ବର୍ତ୍ତମାନ ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ପାରସ୍ପରିକ ବିବାଦ ହେତୁ ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢେଇ। ଋଷ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଦିନକୁ ଦିନ ଋଷ-ୟୁକ୍ରେନର ସଙ୍କଟ ବଢିବାରେ ଲାଗିଛି। ୟୁକ୍ରେନ୍ ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭକୁ ଟାର୍ଗେଟ କରୁଛି। ଜାରି ରହିଥିବା ଯୁଦ୍ଧ ଭିତରେ ହଲିଉଡ ତାରକା ସେନ୍ ପେନ୍ ମାର୍ଚ୍ଚ ୧ ତାରିଖ ସୋମବାର ଦିନ ସେ ଏବଂ ତାଙ୍କର ଦୁଇ ସହକର୍ମୀ ସହ ଦେଶ ଛାଡିଛନ୍ତି । ପୁଣି ସେମାନଙ୍କ ମାଇଲି ମାଇଲି ବାଟ ଚାଲିକି ପୋଲାଣ୍ଡ ସୀମା ଆଡକୁ ଆସିଛନ୍ତି।
ଏନେଇ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସିଏନ୍ ପେନ୍ ଲଗେଜ୍ ସହିତ ରାସ୍ତାରେ ଯାଉଥିବା ଏକ ଫଟୋ ସେୟାର କରିଛନ୍ତି । ଟ୍ୱିଟ୍ରେ ଅଭିନେତା ଲେଖିଛନ୍ତି କି ସେ ତାଙ୍କ କାର ଛାଡି ପୋଲାଣ୍ଡ ସୀମାରେ ପହଞ୍ଚିବା ପାଇଁ ତାଙ୍କର ଦୁଇ ସହକର୍ମୀଙ୍କ ସହ ଚାଲିକି ଯାଇଛନ୍ତି। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଅଧିକାଂଶ କାରରେ ମହିଳା ଏବଂ ଶିଶୁମାନେ ଅଛନ୍ତି। ମୁଁ ଏବଂ ମୋର ଦୁଇ ସହକର୍ମୀ ରାସ୍ତା କଡ଼ରେ ଆମ କାରକୁ ଛାଡି ଦେଇଥିଲୁ । ପରେ ପୋଲାଣ୍ଡ ସୀମାକୁ ଚାଲି ଚାଲି ଆସିଥିଲୁ ।
Myself & two colleagues walked miles to the Polish border after abandoning our car on the side of the road. Almost all the cars in this photo carry women & children only, most without any sign of luggage, and a car their only possession of value. pic.twitter.com/XSwCDgYVSH
— Sean Penn (@SeanPenn) February 28, 2022
ଖବର ଅନୁଯାୟୀ, ସେନ୍ ପେନ୍ ୟୁକ୍ରେନ୍ ଉପରେ ଚାଲିଥିବା ଋଷିଆର ଆକ୍ରମଣକୁ ନେଇ ଏକ ଡକ୍ୟୁମେଣ୍ଟାରୀରେ ଉପରେ କାମ କରୁଥିଲେ ।ଜେଲେନସ୍କିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ସାମିଲ୍ ହୋଇଥିଲେ। ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ୟୁକ୍ରେନ୍କୁ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ସେନ୍ ପେନ୍ ମଧ୍ୟ ଅଛନ୍ତି ।
Already a brutal mistake of lives taken and hearts broken, and if he doesn’t relent, I believe Mr. Putin will have made a most horrible mistake for all of humankind. President Zelensky and the Ukrainian people have risen as historic symbols of courage and principle. (1/2)
— Sean Penn (@SeanPenn) February 26, 2022
ସେ ଟ୍ୱିଟର ଜରିଆରେ ନିଜର ଏକ ଟ୍ବିଟ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲେଖାଥିଲା, “ପୂର୍ବରୁ ନିଆଯାଇଥିବା ଏହି ନିଷ୍ଠୁର ନିଷ୍ପତ୍ତି ଜୀବନର ଏକ ଭୁଲ। ଯାହା ଏବେ ହୃଦୟ ଭାଙ୍ଗି ଯାଇଛି । ଯଦି ସେ ଏଥିରୁ ନିବୃତ୍ତ ନ ହୁଅନ୍ତି, ତେବେ ମୋର ବିଶ୍ୱାସ ଯେ ପୁଟିନ ସମସ୍ତ ମାନବଜାତି ପାଇଁ ଏକ ଭୟଙ୍କର ଭୁଲ କରିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁକ୍ରେନବାସୀ ସାହସ ଏବଂ ଐତିହାସିକ ପ୍ରତୀକ ଭାବରେ ଠିଆ ହୋଇଛନ୍ତି ।