ଜାତୀୟମନୋରଞ୍ଜନ

୮ବର୍ଷର କ୍ୟାରିୟରରେ ଟାଇଗର କମାଇଛନ୍ତି ଅଚଳାଚଳ ସମ୍ପତ୍ତି: ମୁମ୍ବାଇରେ ରହିଛି ତିନୋଟି ଘର, ଜନ୍ମଦିନରେ ଜାଣନ୍ତୁ ଅଜଣା କଥା

ମୁମ୍ୱାଇ : ଟାଇଗର ଶ୍ରଫ୍ ଚଳଚ୍ଚିତ୍ର ଜଗତରେ ଏକ ଆକ୍ସନ୍ ହିରୋ ଭାବରେ ମାନ୍ୟତା ପାଇଛନ୍ତି । ଆଜିର ଦିନ ଅର୍ଥାତି ମାର୍ଚ୍ଚ ୨ରେ ଟାଇଗର ଶ୍ରଫଙ୍କ ଜନ୍ମଦିନ । ପିଲାବେଳେ ତାଙ୍କ ନାମ ‘ଜୟ ହେମନ୍ତ ଶ୍ରଫ୍’ ରଖାଯାଇଥିଲା । କିନ୍ତୁ ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ସେତେବେଳେ ତାଙ୍କୁ ‘ଟାଇଗର’ ରଖାଯାଇଥିଲା ।
ପିଲାଦିନରୁ ମାର୍ସାଲ ଆର୍ଟରେ ତାଲିମ ନେଉଥିବା ଟାଇଗର, ତାଙ୍କ ବ୍ୟକ୍ତିଗତ ଜୀବନ କାହା ସହ ସାର୍ବଜନୀନ କରନ୍ତି ନାହିଁ । ଆମେରିକୀୟ ସ୍କୁଲ ଅଫ୍ ବମ୍ବେରୁ ଟାଇଗର ଶ୍ରଫ୍ ତାଙ୍କର ପାଠପଢା କରିଥିଲେ । ଏହି ଅଭିନେତା ‘ହିରୋପନ୍ଥୀ’, ‘ବାଗୀ’ ଏବଂ ‘ଓ୍ୱାର’ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି.
୨୦୧୪ରେ ଫିଲ୍ମରେ କରିଥିଲେ ଡେବ୍ୟୁ:
ପ୍ରାରମ୍ଭିକ ଅବଧିରେ, ଟାଇଗର କ୍ରିଡା ଏବଂ ମାର୍ଶଲ ଆର୍ଟ ଏବଂ ନୃତ୍ୟ ପ୍ରତି ଅଧିକ ଆଗ୍ରହୀ ଥିଲେ । ସେ ଚାରି ବର୍ଷ ବୟସରୁ ମାର୍ଶଲ ଆର୍ଟ ଟ୍ରେନିଂ ନେବା ଆରମ୍ଭ କରିଥିଲେ । ଅବଶ୍ୟ, ପରେ ସେ ଅଭିନୟରେ ନିଜର କ୍ୟାରିଅର୍ କରିଥିଲେ । ଟାଇଗରଙ୍କ ଡେବ୍ୟୁ ଚଳଚ୍ଚିତ୍ର ହିରୋପନ୍ତିୀ ଥିଲା ଯାହା ୨୦୧୪ରେ ଆସିଥିଲା । ଖୁବ୍ କମ୍ ସମୟ ମଧ୍ୟରେ ଟାଇଗର ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି ।
ପ୍ରଥମ ଚଳଚ୍ଚିତ୍ର ପରେ ଲୋକେ ଟାଇଗରଙ୍କୁ ବହୁତ ଟ୍ରୋଲ କରିଥିଲେ । କେହି କେହି ଟାଇଗର ଶ୍ରଫଙ୍କ ଗୋଲାପୀ ଓଠକୁ ପରିହାସ କରୁଥିଲେ । କେହି କେହି ତାଙ୍କୁ ଝିଅ ଭଲି ଲାଗୁଥିବା କହିଥିଲେ । କିନ୍ତୁ ପରବର୍ତ୍ତୀ ଚଳଚ୍ଚିତ୍ରରେ ଟାଇଗର ଜଣେ ଭଲ ଆକ୍ସନ୍ ଅଭିନେତା ଭାବରେ ଉଭା ହୋଇଥିଲେ । ସେ ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ । ସେ ମାଇକେଲ ଜ୍ୟାକସନଙ୍କର ଜଣେ ବଡ଼ ପ୍ରଶଂସକ । ଷ୍ଟଣ୍ଟ ସହିତ ସେ ନିଜ ଚଳଚ୍ଚିତ୍ରରେ ନିଜର ନୃତ୍ୟ ଦକ୍ଷତା ମଧ୍ୟ ପ୍ରଦର୍ଶନ କରିଛନ୍ତି । ୨୦୧୪ରେ, ତାଙ୍କୁ ଟାଏକୋଣ୍ଡୋରେ ‘ବ୍ଲାକ୍ ବେଲ୍ଟ’ ପ୍ରଦାନ କରାଯାଇଥିଲା ।
ଦିଶାଙ୍କ ସହ ରିଲେସନରେ ଟାଇଗର:
ଇଣ୍ଡଷ୍ଟ୍ରିରେ ଅଳ୍ପ କିଛି କଳାକାରଙ୍କ ମଧ୍ୟରୁ ଟାଇଗର ଶ୍ରଫ୍ ସିଗାରେଟ୍ କିମ୍ବା ମଦ୍ୟପାନ କରନ୍ତି ନାହିଁ । ମୋଟ ଉପରେ, ଏହା କୁହାଯାଇପାରେ ଯେ ଟାଇଗର ଆଜିର ଯୁବକମାନଙ୍କୁ ବହୁତ ପରିମାଣରେ ଉତ୍ସାହିତ କରନ୍ତି । ଟାଇଗର ଶ୍ରଫ୍ ଏବଂ ଦିଶା ପଟାନି ପରସ୍ପରର ଅତି ନିକଟତର । ପ୍ରାୟତ ଉଭୟ ଇଭେଣ୍ଟ ଏବଂ ସର୍ବସାଧାରଣ ସ୍ଥାନରେ ଏକାଠି ଦେଖାଯାଇଥାନ୍ତି । ଫିଲ୍ମ ‘ବାଗୀ ୨’ରେ ମଧ୍ୟ ଏକାଠି କାମ କରିଛନ୍ତି । ଖବର ଅନୁଯାୟୀ, ଉଭୟ କଳାକାର ଏକ ରିଲେସନସିପରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com