ଓଡ଼ିଶା

ଅଦାଲତର ନୂତନ ଗୃହ ନିର୍ମାଣ ଦାବିରେ ଓକିଲ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ

ଆଠଗଡ଼() ଆଠଗଡ଼ ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଓ ଅଦାଲତର ନୂତନ ଗୃହ ନିର୍ମାଣ ଦାବିରେ ଆଠଗଡ଼ ଓକିଲ ସଂଘ ପକ୍ଷରୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ ଆନ୍ଦୋଳନ କରାଯାଇଛି । ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ପ୍ରକାରର ପଦକ୍ଷେପ ନେଉନଥିବାରୁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ ଆନ୍ଦୋଳନ କରାଯିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏମିତି କି ଆଜି ସଂଘର କର୍ମକର୍ତ୍ତାମାନେ ଆଠଗଡ଼ ଅଦାଲତର ବିଚାରପତିମାନଙ୍କୁ ମଧ୍ୟ କୋର୍ଟ ପରିସର ମଧ୍ୟରେ ପୁରାଇ ଦେଇ ନଥିବା ଜଣାପଡ଼ିଛି ।

ଆଠଗଡ଼ ଉପଖଣ୍ଡ ସ୍ତରୀୟ ଏହି ପ୍ରଥମ ଅଦାଲତ ୧୯୬୯ ମସିହାରେ ନିର୍ମିତ ହୋଇଥିବା ବେଳେ କେବଳ ଗୋଟିଏ କୋର୍ଟ ଚାଲିବା ପାଇଁ ପ୍ରକୋଷ୍ଠ ନିର୍ମାଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ରକୋଷ୍ଠ ମଧ୍ୟରେ ଚାରି ଗୋଟି କୋର୍ଟ ଚାଲୁଛି । ଅନ୍ୟପଟେ ୫୦ ବର୍ଷରୁ ଅଧିକ ବର୍ଷ ଧରି ରହିଥିବା ଏହି ପୁରୁଣା ଘର ଗୁଡିକ ଛାତରୁ ପାଣି ଗଳିବା ସହ ଛାତରୁ ସିମେଣ୍ଟ ଖସୁଥିବା ଅଭିଯୋଗ କରିଛି ସଂଘ । ଏହି ପୁରାତନ ପ୍ରକୋଷ୍ଠକୁ ବିପଦ ମୁକ୍ତ କରିବା ପାଇଁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଭ୍ରୁକ୍ଷେପ କରୁନଥିବା କୁହାଯାଇଛି ।  ଦାବି ପୁରଣ ନହେଲେ ଏହି କଲମ ଛାଡ ଆନ୍ଦୋଳନ ଚାଲୁ ରହିବ ବୋଲି ଆଠଗଡ଼ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com