Featuredଓଡ଼ିଶା

ଭିଜିଲାନ୍ସ ସ୍କାନରରେ Bhawanipatna Central Cooperative Bank ଆସିଷ୍ଟାଂଟ

ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଫଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ପଶିଛି ଛନକା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କିଙ୍ଗ ଆସିଷ୍ଟାଂଟ ପ୍ରଦୀପ କୁମାର ଚନ୍ଦ୍ରକରଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ଉ ହୋଇଛି ।

ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା କରାଯାଇଥିିବା ସର୍ଚ୍ଚ ୱାରେଂଟ ବଳରେ ଏକକାଳିନ ଚଢଉ କରାଯାଇଛି । ଏଥିରେ ୩ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ନୂଆପଡା ଜିଲ୍ଲା ବେଲଟୁକୁରି ଗାଁରେ ଅବସ୍ଥିତ ଚନ୍ଦ୍ରକାରଙ୍କ ଦୁଇ ମହଲା ବିଶିଷ୍ଟ ବାସଗୃହ । ୩ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଦୁଇ ମହଲା କୋଠା ।

ସେଠାରେ ୩ ହଜାର ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣଧୀନ କୋଠା ଓ କୋମନାରେ ଥିବା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଚନ୍ଦ୍ରକାରଙ୍କ ଅଫିସ ରୁମରେ ଚଢାଉ କରିଛି ଭିଜିଲାନ୍ସ ।

ଚନ୍ଦ୍ରକାନ୍ତଙ୍କର ଏକାଧିକ ସ୍ଥାନରେ କୋଠା, ଜମି ଥିବା ବେଳେ ଏକାଧିକ ବ୍ୟାଙ୍କ ଆକାଉଂଟ ଠାବ ହୋଇଥିବା ସୂଚନା ମିଳିଛି । ସେହିପରି ଚଢାଉରେ କୋଟିଏ ଟଙ୍କାରୁ ଅଧିକ ସମ୍ପତି ଅକଳନ କରିଛି ଭିଜିଲାନ୍ସ ବିଭାଗ । ଏନେଇ ଚନ୍ଦ୍ରକାନ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com