ଓଡ଼ିଶା

ଖୁବ ଶୀଘ୍ର ବଜାରକୁ ହୋଣ୍ଡା ଆଣୁଛି ଏମିତି ବାଇକ, କେବଳ ପେଟ୍ରୋଲ ନୁହେଁ ଏହି ଫୁଏଲରେ ବି ଚାଲିବ ବାଇକ

ଭୁବନେଶ୍ୱର, ୧୯ /୧୦/୨୦୨୨-   ନିକଟରେ ଟୟୋଟା ଦେଶର ପ୍ରଥମ ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ୍ କାରକୁ ମାର୍କେଟକୁ ଆଣିଥିଲା, ଯାହାକି ବହୁତ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଏହି ଟେକ୍ନୋଲୋଜିରେ ବାଇକ୍ ମଧ୍ୟ ଭାରତରେ ଆସିବାକୁ ଯାଉଛି । ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଏହାର ପ୍ରଥମ ମୋଟରସାଇକେଲକୁ ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ ସହିତ ଲଞ୍ଚ କରିବାକୁ ଯୋଜନା କରୁଛି ।

ଲୋକପ୍ରିୟ ଦୁଇ ଚକିଆ ନିର୍ମାତା ହୋଣ୍ଡା ଆସନ୍ତା ଦୁଇ ବର୍ଷ ମଧ୍ୟରେ ନୂତନ ଫ୍ଲେକ୍ସ-ଇନ୍ଧନ ମୋଟରସାଇକେଲ ଲଞ୍ଚ କରାଯିବ ବୋଲି ଘୋଷଣା କରିଛି । ଟିଭିଏସ୍ ର ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ ଆପାଚେ RTR 200 Fi E100 ପରେ ହୋଣ୍ଡା ଭାରତର ଦ୍ୱିତୀୟ କମ୍ପାନୀ ହେବ । ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ୍ ଯାନକୁ ପେଟ୍ରୋଲ ଏବଂ ଇଥାନଲରେ ଚଲାଇ ପାରିବେ I ଅର୍ଥାତ୍ ଏହି ଉଭୟ ବାଇକ୍ ପେଟ୍ରୋଲ ଏବଂ ଇଥାନଲ ପକାଇ ଚଲାଇପାରିବେ । ଫ୍ଲେକ୍ସି-ଇନ୍ଧନ ମୋଟରସାଇକେଲର ପ୍ରଥମ ମଡେଲ 2024 ଶେଷ ସୁଦ୍ଧା ଲଞ୍ଚ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com