ଓଡ଼ିଶା

ତେଲେଙ୍ଗାନାରେ ଓଡିଆ ଯବାନ ସହିଦ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ

ଗଜପତି() ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ । ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବିଏସଏଫ୍ ଯବାନ ଏମ୍ ରାମ ରାଜୁ । BSF ରେ କାର୍ଯ୍ୟରତ ଯବାନ ଏମ. ରାମ ରାଜୁ ସିକନ୍ଦରାବାଦର ଟ୍ରେନିଙ୍ଗ କ୍ୟାମ୍ପରେ ଡ୍ୟୁଟିରେ ବାଇକ ଯୋଗେ ବାହାରକୁ ଯାଇଥିବା ସମୟରେ ବାଇକ ଦୃଘଟଣାରେ ମୃତ୍ୟୁ ହୋଇଛି ।

ଆଜି ତାଙ୍କ ମର ଶରିର ନିଜ ଗାଁ ଖରଶଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଗୁରାଣ୍ଡି ଥାନା ଖରଶଣ୍ଡା ଗ୍ରାମର M ରାମରାଜୁ ରାୟଗଡା BSF କ୍ୟାମ୍ପରେ କାର୍ଯ୍ୟରତ ଥାଇ ଗତ ୨୦୧୭ ମସିହାରୁ ସିକନ୍ଦରାବାଦର ଏକ ଏକ ଗବେଷଣା କେନ୍ଦ୍ରରେ ଡେପୁଟେସନରେ ନିୟୋଜିତ ହୋଇଥିଲେ । ୨୩ ତାରିଖ ସନ୍ଧ୍ୟାରେ ନିଜ ଡ୍ୟୁଟି ରେ ଯାଇଥିବା ସମୟରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ତେବେ ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଏପର୍ଯ୍ୟନ୍ତ ସୁଚନା ମିଳିନଥିବା ଜଣାପଡ଼ିଛି । ତେଲେଙ୍ଗାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ତାଙ୍କ ମର ଶରୀର ଗାଁ ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com