ଓଡ଼ିଶା

ପୋଲସରା ପୋଲିସର ଜୁଆ ଆଡ୍ଡାରେ ଚଢ଼ାଉ, ୧୫ ଗିରଫ

ବ୍ରହ୍ମପୁର,୧୮/୦୭/୨୦୨୨- ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରାଯାଇ ୧୫ ଜୁଆଡିଙ୍କୁ ଗିରଫ କରିବା ସହ ୪୭, ୬୦୦ ଟଙ୍କା ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶନିବାର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ନଗଦ ୩୫,୧୦୦ ଟଙ୍କା ଜବତ କରିବା ସହ ୭ ଜଣ ଜୁଆଡି  ସନ୍ତୋଷ ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ନିଳକଣ୍ଠ ସାହୁ, ସୁକୁରିଆ ସ୍ୱାଇଁ, ସୁଶାନ୍ତ ପ୍ରଧାନ, ଶିବ ଶଙ୍କର ସାହୁ ଓ ପ୍ରମୁଖ ପ୍ରଧାନକୁ ଗିରଫ କରିଥିଲା । ସେହିପରି ରବିବାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଣିପଡା ଠାରେ କିଛି ବ୍ୟକ୍ତି ବାଜି ମାରି ଜୁଆ ଖେଳୁଥିବା ସୁଚନା ପାଇ ପୋଲସରା ପୋଲିସ ଚଢ଼ାଉ କରି ୧୨,୫୦୦ ଟଙ୍କା ଜବତ କରି ସହ ୮ ଜଣ ଜୁଆଡି ବାପି ପ୍ରଧାନ, ସୁରେନ୍ଦ୍ର ସାହୁ, କାଳୁ ଚରଣ ପ୍ରଧାନ, ମନୋରଞ୍ଜନ ସାହୁ, ଧୋବା ପରିଡ଼ା, କାର୍ତ୍ତିକ ବେହେରା, ସରୋଜ ବିଷୋୟୀ ଓ ପ୍ରଶାନ୍ତ କୁମାର ପ୍ରଧାନକୁ ଗିରଫ କରିଥିଲା । ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ବରେ ପୋଲିସ ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୋଟ ୪୭, ୬୦୦ ଟଙ୍କା ଜବତ ସହ ୧୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com