ଓଡ଼ିଶା

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ : ଚଳଚଞ୍ଚଳ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ

ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ। ଏଥିଲାଗି କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପୁରା ଚଳଚଞ୍ଚଳ ହୋଇପଡିଛି। ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର କୋଠାକୁ ଆର୍କିଟେକ୍ଟରାଲ ଇଲ୍ୟୁମିନେସନରେ ଆଲୋକୀକରଣ କରାଯାଇଛି। ଏଥର ନୂଆ କରି ସଂଗ୍ରହାଳୟରେ ନେତାଜୀଙ୍କ ବାଲ୍ୟ ଜୀବନୀ ଗ୍ୟାଲେରୀରେ ସ୍ଥାନ ପାଇବାକୁ ଯାଉଛି ଷ୍ଟୁଆଟ୍ସ ସ୍କୁଲର ଆଡମିଶନ ରେଜିଷ୍ଟାର୍ ।

୧୯୦୨ ମସିହାରୁ ୧୯୦୮ ମସିହା ଯାଏଁ ନେତାଜୀ ପାଠ ପଢୁଥିବା ସମୟର ରେଜିଷ୍ଟରକୁ ନେତାଜୀ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ନେତାଜୀଙ୍କ ଜନ୍ମ ଜୟନ୍ତୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜୟନ୍ତୀ ଅବସରରେ ସଂଗ୍ରହାଳୟ ପରିସରରେ ଦୁଇ ଦିନ ଧରି ଫଟୋ ଚିତ୍ର ପ୍ରଦର୍ଶନୀ ହେବ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com