କ୍ରୀଡ଼ା

IND Vs SL : ୧୦୦ତମ ଟେଷ୍ଟରେ କୋହଲିଙ୍କ ଉପରେ ସଭିଙ୍କ ନଜର, ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ XI

ମୋହାଲି : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯିବ। ତେବେ ସଭିଙ୍କ ନଜର ରହିବ ବିରାଟ କୋହଲିଙ୍କକ ଉପରେ। କୋହଲି କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବେ। ପୂର୍ବତନ ଅଧିନାୟକ ବିରାଟ କୋହଲି ଛୋଟ ବ୍ରେକ ପରେ ପୁଣି ଥରେ କ୍ରିକେଟ୍ ମଇଦାନକକୁ ଓହ୍ଲାଇବେ। ତେବେ ଏହି ମ୍ୟାଚ୍ ପାଇଁ କେମିତି ରହିବ ଭାରତର ଚୂଡାନ୍ତ ଏକାଦଶ। ଆସନ୍ତୁ ଜାଣିବା
ଭାରତୀୟ ଦଳ
୧ – ରୋହିତ ଶର୍ମା
ରୋହିତ ଶର୍ମା ପ୍ରଥମ ଥର ଟେଷ୍ଟ ଦଳର ନେତୃତ୍ଵ ନେବାକୁ ଯାଉଛନ୍ତି। ଏଥିସହ ସେ ଓପନିଂ ଦାୟିତ୍ଵ ମଧ୍ୟ ତୁଲାଇବେ। ଆହତ କାରଣରୁ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ୍ ବାଦ୍ ପଡିଥିଲେ।
୨ – ମୟଙ୍କ ଅଗ୍ରଓ୍ଵାଲ
କେଏଲ ରାହୁଲ ଆହତଜନିତ ସମସ୍ୟା କାରଣରୁ ଦଳ ବାହାରେ ଅଛନ୍ତି। ତେଣୁ ମୟଙ୍କ ଅଗ୍ରଓ୍ଵାଲ ଓପନର ଭାବେ ପ୍ରଥମ ପସନ୍ଦ ଅଛନ୍ତି। ସେ ରୋହିତଙ୍କ ସହ ଓପନିଂରେ ବ୍ୟାଟିଂ କରିବେ।
୩ – ବିରାଟ କୋହଲି
ପୂର୍ବତନ ଅଧିନାୟକ ବିରାଟ କୋହଲି ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ପାରନ୍ତି। ସେ ୨୦୧୯ ଡିସେମ୍ବର ମାସରୁ ଏ ପର‌୍ୟ୍ୟନ୍ତ ଗୋଟିଏ ହେଲେ ଶତକ ଅର୍ଜନ କରି ପାରି ନାହାନ୍ତି। ତେଣୁ ଆଶା କରାଯାଉଛି ନିଜର ୧୦୦ତମ ଟେଷ୍ଟରେ କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିବ।
୪ – ଶ୍ରେୟସ ଆୟର
ଶ୍ରେୟର ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ତିନୋଟି ଅର୍ଦ୍ଧଶତକ ହାସଲ କରିଥିଲେ। ଶ୍ରୀଲଙ୍କାକୁ ମୂଳପୋଛ କରିବାରେ ତାଙ୍କର ବଡ ଭୂମିକା ରହିଛି। ଆୟର ସାବ୍ୟସ୍ତ କରିଛନ୍ତି ଯେ, ସେ ତିନୋଟି ଫର୍ମାଟର ଖେଳାଳି ହୋଇ ପାରିବେ।
୫ – ହନୁମା ବିହାରୀ
କ୍ରିଜରେ ହନୁମା ବିହାରୀ ବହୁତ ଶାନ୍ତ ନଜର ଆସନ୍ତି। ଦଳରେ ଆଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ଵର ପୂଜାରା ପରି ସିନିୟର ଖେଳାଳି ନାହାନ୍ତି। ଏମିତି ସ୍ଥିତିରେ ବିହାରୀ ଦଳର ମଧ୍ୟକ୍ରମରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରନ୍ତି। ତାଙ୍କୁ ମିଳିବାକୁ ଥିବା ସୁଯୋଗ ଫାଇଦା ଉଠାଇ ପାରନ୍ତି।
୬ – ଋଷଭ ପନ୍ତ
ଦଳରେ ଋଦ୍ଧିମାନ ଶାହାଙ୍କୁ ସ୍ଥାନ ମିଳିନାହିଁ। ତେଣୁ ସ୍ଵାଭାବିକ ଭାବେ ଋଷଭ ପନ୍ତ ଦଳର ପ୍ରଥମ ଓ୍ଵିକେଟ୍ ବ୍ୟାଟସମ୍ୟାନ। ପନ୍ତଙ୍କୁ କୋହଲିଙ୍କ ପରି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଥିଲା।
ଅଲରାଉଣ୍ଡର
୭ – ରବିଚନ୍ଦ୍ରନ ଅଶ୍ଵିନ
ଭାରତୀୟ ପିଚ୍ ଉପରେ ରବିଚନ୍ଦ୍ରନ ଅଶ୍ଵିନ ଜଣେ ଘାତକ ବୋଲର ଏବଂ ନିମ୍ନ ଅର୍ଡରରେ ଉପଯୋଗୀ ବ୍ୟାଟିଂ ମଧ୍ୟ କରି ପାରନ୍ତି।
୮ – ରବୀନ୍ଦ୍ର ଜାଡେଜା
ଏହି ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ଉପରେ ମଧ୍ୟ ନଜର ରହିବ। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ଅଶ୍ଵିନଙ୍କ ପରି ସେ ମଧ୍ୟ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଉପଯୋଗୀ ଯୋଗଦାନ ଦେବାରେ ସକ୍ଷମ।
ଦ୍ରୁତ ବୋଲର
୯ – ମହମ୍ମଦ ଶାମି
ଶାମି ସୀମିତ ଓଭର କ୍ରିକେଟରେ ଲମ୍ବା ବିଶ୍ରାମ ପରେ ପଡିଆକୁ ଫେରୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ମୋହାଲିରେ ଆରମ୍ଭରୁ ଦ୍ରୁତ ବୋଲରଙ୍କୁ ପିଚ୍ ସୁହାଇଥାଏ। ତେଣୁ ଶାମି ଶ୍ରୀଲଙ୍କା ବ୍ୟାଟସମ୍ୟାନ ଉପରେ ଚାପ ପକାଇ ପାରିବେ।
୧୦ – ଯଶପ୍ରୀତ ବୁମରା
ଯଶପ୍ରୀତ ବୁମରା ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର। ସେ ଭାରତୀୟ ଦଳ ସହିତ ପୂରା ବିଶ୍ଵରେ ସବୁଠୁ ଘାତକ ବୋଲରଙ୍କ ମଧ୍ୟରୁ ଜଣେ। ତାଙ୍କ ନାମରେ ବଡ ପ୍ରତିଷ୍ଠା ମଧ୍ୟ ଯୋଡି ହୋଇ ସାରିଛି। ତେଣୁ ସେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇ ପାରନ୍ତି।
୧୧ – ମହମ୍ମଦ ସିରାଜ
ମହମ୍ମଦ ସିରାଜ ଗତ ବର୍ଷ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ଆଶା କରାଯାଉଛି ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ। ଭାରତ ଟେଷ୍ଟ ସିରିଜ୍ ପାଇଁ ଅନୁଭବୀ ବୋଲର ଇଶାନ୍ତ ଶର୍ମାଙ୍କୁ ଚୟନ କରି ନାହିଁ। ତେଣୁ ଆଶା କରାଯାଉଛି ସିରାଜଙ୍କୁ ଦଳରେ ସୁଯୋଗ ମିଳିପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com