କ୍ରୀଡ଼ା

ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୋମବାର ସନ୍ଧ୍ୟାରେ ମୁମ୍ବାଇଠାରେ ଆୟୋଜିତସ୍ପୋର୍ଟ୍ସଷ୍ଟାର ପକ୍ଷରୁ ଏକ କାର୍ଯ୍ୟକ୍ରମରେ ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମୁମ୍ବାଇଠାରେ ହିନ୍ଦୁ ଗ୍ରୁପ୍‌ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିନ୍ଦୁର ସମ୍ପାଦକ ସୁରେଶ ନମ୍ବଥ ଏବଂ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନୀଲ ଗାଭାସ୍କରଙ୍କଠାରୁ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହାକୁ ସେ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ ମଧ୍ୟ କରିଥିଲେ ।
କ୍ରୀଡ଼ାବିତମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇବା ଓ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେ କହିଥିଲେ ଯେ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ାବିତମାନଙ୍କ ଅବଦାନକୁ ମର୍ଯ୍ୟାଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ । ଏହା ଆମର ଆଗାମଦିନର ପ୍ରତିଭାବାନ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବ ।

ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡ଼ାବଜେଟ୍‌ ୧୦ଗୁଣବୃଦ୍ଧି ପାଇଛି । ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨ଶହ କୋଟିରୁ ଅଧିକ ରହିଛି । ହକି ବିଶ୍ୱକପ୍ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳିମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା ସହ ପ୍ରତିଯୋଗିତା ଜରିଆରେ ଖେଳାଳିମାନଙ୍କ ପ୍ରତିଭାକୁ ବିକଶିତ କରିବାକୁ ଉଦ୍ୟମ କରୁଛୁ । ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଜୟଯାତ୍ରାରେ ସାମିଲ ହେବାପାଇଁ ସେ ସମସ୍ତଙ୍କୁ ନିବେଦନ କରିବା ସହ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡ଼ାପାଇଁ ବିଶ୍ୱସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com