କ୍ରୀଡ଼ା

ଅକ୍ଟୋବରରେ ହେବ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ଏବେଠୁ ସରିଲାଣି ଟିକେଟ ବିକ୍ରି

ନୂଆଦିଲ୍ଲୀ: ଚଳିତବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୨ । ଟୁର୍ଣ୍ଣାମେଣ୍ଟର ସବୁଠୁ ରୋମାଞ୍ଚକର ମ୍ୟାଚ ୨୩ ଅକ୍ଟୋବରରେ ମେଳବୋର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ପାଇଁ ପ୍ରତ୍ୟେକ କ୍ରୀଡାପ୍ରେମୀମାନଙ୍କ ମନରେ ରହିଛି ଅସୁମାରୀ ଉତ୍ସାହ । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ତେବେ ଟିକେଟ ଉପଲବ୍ଧ ହେବାର ମାତ୍ର କିଛିଟା ମୁହୂର୍ତ୍ତ ଭିତରେ ଫ୍ୟାନ୍ସମାନେ କିଣିବା ପାଇଁ ଭିଡ ଲଗାଇଥିଲେ ।

T20 World Cup 2021 Rohit Sharma And Babar Azam Clash - News Control

ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ ପାଇଁ ଟିକେଟ ଉପଲବ୍ଧ ରହିଥିବା ବେଳେ ୧୩ ତାରିଖ ଫାଇନାଲ ଏବଂ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ବିକ୍ରି ଶେଷ ହୋଇଛି । ଏଥିରୁ ଯାହା ଜଣାପଡୁଛି ଏହି ଟୁର୍ଣ୍ଣାମେଣ୍ଟ ଖୁବ ରୋମାଞ୍ଚକର ହେବ ଏବଂ ଦର୍ଶକ ଲହାର ଭରପୂର ମଜା ଉଠାଇପାରିବେ । ୨୦୨୨ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି । ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ତେବେ ବିଶ୍ୱକପ ଚମ୍ପିଆନର ମୁକୁଟ ଏବେ ଅଷ୍ଟ୍ରେଲିଆ ଟିମ ନିକଟରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com