ଅନ୍ତର୍ଜାତୀୟଜାତୀୟ

ଖାରକିଭ୍‌ ଛାଡ଼ିଲେ ୫୫ ଓଡ଼ିଆ, ବଙ୍କରରେ ରହିଥିଲେ ୪ ଦିନ

ଭୁବନେଶ୍ବର: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଗତ ଫେବ୍ରୁଆରି ୨୪ ତାରିଖ ଠାରୁ ଯୁଦ୍ଧ ଜାରି ଥିବା ବେଳେ ସେଠାରେ ଲୋକଙ୍କର ଜୀବନ ଏବେ ଆଶା ଓ ଆଶଙ୍କାରେ ରହିଛି। ବିଦେଶୀ ନାଗରିକମାନେ ୟୁକ୍ରେନ୍‌ ଛାଡ଼ିବା ପାଇଁ ବ୍ୟସ୍ତ ହୋଇପଡୁଛନ୍ତି। ଏପର୍ଯ୍ୟନ୍ତ ୮ ଦିନ ଭିତରେ ୧୦ ଲକ୍ଷରୁ ଅଧିକ ବିଦେଶୀ ନାଗରିକ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ୟୁକ୍ରେନ୍‌ରେ ରହୁଥିବା କିଛି ଓଡ଼ିଆ ଲୋକ ମଧ୍ୟ ଓଡ଼ିଶା ପହଞ୍ଚି ସାରିଥିବା ବେଳେ ଅନ୍ୟମାନେ ଧୀରେ ଧୀରେ ଓଡ଼ିଶା ଛାଡୁଛନ୍ତି। ଏହାରି ୟୁକ୍ରେନ୍ରେ ଫସି ଥିବା ଓଡିଆଙ୍କ ପାଇଁ ଭଲ ଖବର ଆସିଛି।

ଅଂଶୁମାନ ପ୍ରଧାନ ନାଁରେ ଜଣେ ଓଡ଼ିଆ ଛାତ୍ର ସୂଚନା ଦେଇ କହିଛନ୍ତି ଯେ, ଖାର୍‌କିଭ୍‌ ସହରରୁ ୫୫ ଜଣ ଓଡ଼ିଆ ଆସୁଛନ୍ତି।  ଦୀର୍ଘ ଦିନର ସଂଘର୍ଷ ପରେ ଏମାନେ ବସ ଯୋଗେ ରୋମାନିଆ ବର୍ଡର ଅଭିମୁଖେ ବାହାରିଥିଲେ। ଗ୍ଲୋବାଲ ଫୋକ ଗ୍ରୁପ୍‌ ଓ ଓଡିଶା ସରକାରଙ୍କ ଉଦ୍ୟମ ଯୋଗୁଁ ଓଡ଼ିଆମାନଙ୍କ ସହିତ ଯୋଗାଯୋଗ କରାଯାଇ  ସେମାନଙ୍କୁ ସେଠାରୁ ଅଣାଯିବାର ବ୍ୟବସ୍ଥା କରାଯାଇପାରିଛି। ତେବେ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆମାନେ ବସ୍‌ ଯୋଗେ ରୋମାନିଆ ସୀମାରେ ପହଞ୍ଚିବା ପୂର୍ବରୁ ୪ ଦିନ ପର୍ଯ୍ୟନ୍ତ ବଙ୍କରରେ ରହିଥିଲେ। ୧୧ କିଲେମିଟର ଚାଲି ଚାଲି ରେଲଓେ ଷ୍ଟେସନକୁ ଯାଇଥିଲେ। ଟ୍ରେନ୍‌ ନମିଳିବାରୁ ଖାରକିଭ୍‌ରେ ଆଶ୍ରୟ ନେଇଥିଲେ।

ଓଡ଼ିଶା ସରକାର ଏବେ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରି, ରୋମାନିଆ ଓ ସ୍ଲୋଭାକିଆରୁ ଓଡ଼ିଆପିଲାଙ୍କୁ ଭାରତ ଆଣିବା ପାଇଁ ୪ ଜଣ ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି। ପୋଲାଣ୍ଡ ପାଇଁ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ବିକ୍ରମାଦିତ୍ୟ, ହଙ୍ଗେରି ପାଇଁ ୟୁଏନ୍‌ଏଚ୍‌ସିଆରର ବରିଷ୍ଠ ଟିଡିପିଏସ୍‌ ଅଧିକାରୀ ଆରୁଷି ରାୟ, ରୋମାନିଆ ପାଇଁ ରୋମ୍‌ର ୟୁଏନ୍‌ ପଲିସି ଅଫିସର ବୈଶାଳୀ ମହାନ୍ତି ଓ ସ୍ଲୋଭାକିଆ ପାଇଁ ହଙ୍ଗେରିସ୍ଥିତ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ରେସିଡେଣ୍ଟ କମିସନରଙ୍କ ସହ ଯୋଗରୁତ୍ର ରଖି ପିଲାମାନଙ୍କୁ ଆଣିବେ। ପିଲାମାନଙ୍କୁ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com