ଜାତୀୟ
ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ : ମଧ୍ୟାହ୍ନ ଭୋଜନ ସୁଦ୍ଧା ଟିମ୍ ଇଣ୍ଡିଆ ୧୦୯/୨
![](https://i0.wp.com/odia.mobilenews24x7.com/wp-content/uploads/2022/03/rgtreghgh.jpg?resize=600%2C429&ssl=1)
ନୂଆଦିଲ୍ଲୀ() ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲି ଷ୍ଟାଡିୟମରେ ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲା ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ଏବେସୁଦ୍ଧା ୨ ଓ୍ୱିକେଟ ହରାଇ ୧୦୯ ରନ୍ କରିଛି । କ୍ରିଜରେ ବିରାଟ କୋହଲି ଓ ହନୁମା ବିହାରୀ ବ୍ୟାଟିଂ କରୁଛନ୍ତି ।
ଶେଷ ଖବର ସୁଦ୍ଧା ଭାରତ ପାଇଁ ଓପନିଂ କରିବାକୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ କ୍ରିଜକୁ ଓହ୍ଲାଇଥିଲେ । ତେବେ ରୋହିତ ପ୍ରଥମେ ୨୯ ରନ୍ କରି ଆଉଟ ହୋଇଥିଲେ । ସେହିପରି ମୟଙ୍କ ୪୯ ବଲରୁ ୩୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ ଏମ୍ବୁଲଡେନିଆ ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଛନ୍ତି ।
ନିଜର ଶହେ ତମ ଟେଷ୍ଟ୍ ମୁକାବିଲା ଖେଳୁଥିବା ବିରାଟଙ୍କ ଉପରେ ସମସ୍ତଙ୍କର ଫୋକସ ରହିଛି । ସେ ବଡ ସ୍କୋର କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ବିରାଟ ମଧ୍ୟ ପ୍ରଶଂସକଙ୍କ ଖୁସି କରିବା ଭଳି ପାଳି ଖେଳିବେ ବୋଲି ଆଶା କରାଯାଉଛି ।