ଅନ୍ତର୍ଜାତୀୟଜାତୀୟ

ଭିଡ଼ରେ ଜୀବନ ବଞ୍ଚାଇବାକୁ ଏମିତି କେଲେ ଋଷ ସେନା, ହତାରେ ଗ୍ରେନେଡ୍‌ ଧରି ଖସିଗଲେ…

କିଭ୍‌() ୟୁକ୍ରେନ ଉପରେ ଋଷ୍‌ ଲଗାତାର ୯ଦିନ ଧରି ଆକ୍ରମଣ ଜାରି ରଖିଛି। ୟୁକ୍ରେନ ଉପରେ ଋଷ ସେନାର ବୋମା, ଗୋଳା ବାରୁଦର ବର୍ଷା। ଋଷ ପାଖରେ  ଅତ୍ୟାଧୁନି ଅସ୍ତ୍ରଶସ୍ତ୍ର ଓ ଶକ୍ତିଶାଳୀ ଟ୍ୟାଙ୍କ ଥାଇବି ପଛକୁ ହଟିବାକୁ ନାରାଜ ୟୁକ୍ରେନ୍‌। ନିଜ ପାରୁ ପର୍ଯ୍ୟନ୍ତ  ଜାବାବ ଦେଉଛି।  ଅନେକ ସହରରେ ଋଷ ସୈନିକଙ୍କୁ ଅଟକ ରଖାଯାଇଛି।

ସୂଚନା ଅନଯାୟୀ ୟୁକ୍ରେନର କୋନଟପ୍‌ ସହରରେ ଫସି ରହିଛନ୍ତି ଜଣେ ୟୁକ୍ରେନ୍‌ ସୈନ୍ୟ।  ଆଉ ନିଜ ଜୀବନ ବଞ୍ଚାଇବାକୁ ସେ ପୂରା ପିଲ୍ମ ଷ୍ଟାଇଲର ଉପାୟ ବାହାର କରିଛନ୍ତି।  ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ୟୁକ୍ରେନ ଲୋକେ ଋଷ୍‌ ସୈନିକଙ୍କୁ ସରେଣ୍ଡର କରିବାକୁ କହୁଥିବା ଦେଖିବାକୁ ମିଳିଛି। କିନ୍ତୁ ଋଷ ସୌନ୍ୟ ସରେଣ୍ଡର କରିବା ବଦଳରେ ନିଜ ପାଖରେ ରଖିଥିବା ହ୍ୟାଣ୍ଡ୍‌ ଗ୍ରେନେଡ ଦେଖାଇ ଭିଡ଼ରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ।

କିନ୍ତୁ ୟୁକ୍ରେନବାସୀ ହାର୍‌ ମାନି ନ ଥିଲେ। ବିପଦ ଥିବା ଜାଣିବି ଋଷ ସୈନିକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। କିଛି ଲୋକ ତ ଗ୍ରେନେଡ ଥିବା ଜାଣି ବି ଋଷ ସେନାଙ୍କୁ ଧରି ପକାଇଥିଲେ। କିନ୍ତୁ ସେ କୌଣସିମତେ ଖସିଯାଇଥିଲେ।

ପରେ ଋଷ ସୈନିକ  କୋନୋଟୋପର ମେୟରଙ୍କ ସହ ଫୋନରେ କଥା ହୋଇଥିଲେ।  ଖବର ମୁତାବକ, ଏହି ସୈନିକ  ମେୟରଙ୍କୁ ଅଲ୍ଟିମେଟମ୍‌ ବି ଦେଇଥିଲେ। ସରେଣ୍ଡର କର ନ ନହେଲେ ଲଢ଼େଇ କର।  ଋଷ ଯବାନ ସେଠାରୁ ଯିବା ପରେ ମେୟର ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ୨ଟି ବିକଳ୍ପ ବିଷୟରେ କହିଥିଲେ।  ଆଉ ପଚାରିଥିଲେ ତୁମେମାନେ କଣ ଚାହୁଁଛ। ୟୁକ୍ରେନ ଜନତା ଜବାବ ଦେଇଥିଲେ ‘ଯୁଦ୍ଧ’।

Related Articles

Back to top button