ଜୀବନକୁ ପଛରେ ପକାଇ ୟୁକ୍ରେନ୍ରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ଯୁବକ
ନୂଆଦିଲ୍ଲୀ() ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ଦେଖାଯାଉ ନାହିଁ । ଏହାରି ମଧ୍ୟରେ ୟୁକ୍ରେନ୍ରେ ଫସି ରହିଛନ୍ତି ହଜାର ହଜାର ବିଦେଶୀ ନାଗରିକ । ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଇ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ଜୋରଦାର ପ୍ରୟାସ କରୁଛନ୍ତି । ଅପରେଶନ୍ ଗଙ୍ଗା ମାଧ୍ୟମରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।
ଏପରି ପରିସ୍ଥିତିରେ ୟୁକ୍ରେନ୍ ଛାଡ଼ି ଲୋକେ ଚାଲି ଆସୁଥିବା ବେଳେ ଭାରତର ଜଣେ ଯୁବକ ୟୁକ୍ରେନ୍କୁ ଯାଇଛନ୍ତି । ତାଙ୍କ ନାମ ରୌନାକ୍ ରାଭାଲ୍ ବୋଲି ଜଣାପଡ଼ିଛି । ରୌନାକ୍ ତାଙ୍କ ଜୀବନକୁ ପଛରେ ପକାଇ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରୁଛନ୍ତି । ନିକଟରେ ସେ ସୁରକ୍ଷିତ ଭାବେ ଜଣେ ମାଆ ଏବଂ ତାଙ୍କର ଦୁଇମାସର ଶିଶୁକୁ ଉଦ୍ଧାର କରିଛନ୍ତି ।
ରୌନାକ୍ ୟୁକ୍ରେନ୍ କ୍ରାଇସିସ୍ ସମୟରେ ଫସି ରହିଥିବା ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଭାରତକୁ ଫେରିବାରେ ସହାଯ୍ୟ କରିଛନ୍ତି । ରୌନାକ୍ ଡେନ୍ମାର୍କରେ ରୁହନ୍ତି । ଏଭଳି ବିପଦ ପୂର୍ଣ୍ଣ ପରିସ୍ଥିତିରେ ସେ ଭାରତୀୟ ମହିଳା, ଛାତ୍ରଛାତ୍ରୀ ଏବଂ ଶିଶୁ ମାନଙ୍କୁ ଯୁଦ୍ଧ କ୍ଷତିଗ୍ରସ୍ତ ସ୍ଥାନରୁ ସୁରକ୍ଷିତ ସ୍ଥନକୁ ନେବାରେ ସହାୟତା କରୁଛନ୍ତି ।