ଜାତୀୟ

ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର: ରବିଶଙ୍କର

ନୂଆଦିଲ୍ଲୀ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଆର୍ଟ ଅଫ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ବିରୋଧକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଦେଶ ପାଇଁ ବଳିଦାନ ଦେବାକୁ ଏବଂ ଦେଶକୁ ସୁରକ୍ଷା ଦେବା ପାଇଁ ଉତ୍ସର୍ଗୀକୃତ ଯୁବକମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ଯୁବବର୍ଗ ଭ୍ରମିତ ନ ହୋଇ ଏହି ସୁଅବସରର ଲାଭ ନେବା ଆବଶ୍ୟକ। ଏହି ଯୋଜନା ସମ୍ପର୍କରେ ଭଲ ଭାବେ ଭାବିଚିନ୍ତି ପଦକ୍ଷେପ ନେବାର ସମୟ ଆସିଛି। ସ୍ବିଜରଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ମଧ୍ୟ ଏକରୁ ଦୁଇ ବର୍ଷ ପର୍ଯ୍ୟନ୍ତ ସେନାରେ ସେବା କରିବା ବାଧ୍ୟତାମୂଳକ । ସେସବୁ ଦେଶ ତୁଳନାରେ, ଭାରତର ନୂତନ ସାମରିକ ସେବା ଯୋଜନା ସର୍ବୋତ୍ତମ ବୋଲି ସେ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com