ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷକୁ ଚୀନର ସମର୍ଥନ, କ୍ଷୁବ୍ଧ ଆମେରିକା କହିଲା- ପୂରା ୟୁରୋପ ପ୍ରଭାବିତ ହେବ

ନୂଆଦିଲ୍ଲୀ() ଯୁଦ୍ଧର ଦ୍ଵାର ଦେଶରେ ୟୁକ୍ରେନ ଏବଂ ରୁଷ। ରୁଷ ୟୁକ୍ରେନ ସୀମାରେ ବଡ ସଂଖ୍ୟାରେ ଟ୍ୟାଙ୍କ, ମିସାଇଲ ସହ ୧.୩୦ ଲକ୍ଷରୁ ଅଧିକ ସୈନିକ ମୁତୟନ କରିଛି। ସୋମବାର ଆମେରିକା କହିଛି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହି ଧରଣର ପଦକ୍ଷେପ ଉଠାଇବେ ବିଶ୍ଵାସ ହେଉନି। ପେଣ୍ଟାଗନର ମୁଖପାତ୍ର ଜନ କିରବି କହିଛନ୍ତି, ଏହି ସଙ୍କଟକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ୟୁରୋପ ଯିବାକୁ ଯୋଜନା କରୁଛନ୍ତି।

କିରବି କହିଛନ୍ତି, ଏବେ ମଧ୍ୟ ବିଶ୍ଵାସ ହେଉନାହିଁ ଯେ ଯୁଦ୍ଧକୁ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇଛି। କୌଣସି ବି ସମୟରେ ଯୁଦ୍ଧ ଆରମ୍ଭ ହୋଇପାରେ। କିନ୍ତୁ କୂଟନୈତିକସ୍ତରରେ ଆଲୋଚନା ବନ୍ଦ ହେବା ଉଚିତ୍ ନୁହେଁ। ଯୁଦ୍ଧ  ଟାଳିବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରହିବା ଉଚିତ୍ ବୋଲି କିରବି କହିଛନ୍ତି।

ୟୁକ୍ରେନ ସହିତ ତୀବ୍ର ଉତ୍ତେଜନା ମଧ୍ୟରେ ଚୀନ ରୁଷକୁ ସମର୍ଥନ ଦେଉଛି। ଡ୍ରାଗନର ଏମିତି ପଦକ୍ଷେପ ବିପଦଜ୍ଜନକ ହୋଇପାରେ ବୋଲି ଆମେରିକା କହିଛି।  ଯଦି ଚୀନ ଏହି ପରି ଚାଲାକି କରେ ଏବଂ ରୁଷକୁ ସମର୍ଥନ ଦିଏ ତେବେ ୟୁରୋପରେ ଆହୁରି ଅସ୍ଥିରତା ସୃଷ୍ଟି ହେବ ଏବଂ ସୁରକ୍ଷା ସ୍ଥିତି ଗମ୍ଭୀର ହୋଇଯିବ। ଏହାର ପ୍ରଭାବ ସମଗ୍ର ୟୁରୋପ ଉପରେ ପଡିବ।

ଚୀନ ରୁଷକୁ ଏଥିପାଇଁ ସମର୍ଥନ କରୁଛି କାରଣ ସେ ପାଶ୍ଚାତ୍ୟ ୟୁରୋପରେ ନିଜର ଫାଇଦା ଖୋଜୁଛି। ଚୀନ ଭାବୁଛି ନାଟୋ ଆମେରିକା ନେତୃତ୍ଵରେ ରୁଷ ଏବଂ ଚୀନ ପରି ଦେଶ ବିରୋଧରେ କାମ କରୁଛି। କିଛି ବିଶେଷଜ୍ଞଙ୍କ କହିବା କଥା ଷ୍ଟାଲିନ ଏବଂ ମାଓଙ୍କ ସମୟରୁ ହିଁ ରୁଷ ଏବଂ ଚୀନର ବିଚାରଧାରାରେ ସମାନତା ରହିଛି। ରୁଷ ଏବଂ ଚୀନ ଉଭୟ ଦେଶର ପାଶ୍ଚାତ୍ୟ ଦେଶଗୁଡିକ ସହିତ ସଂପର୍କ ତିକ୍ତତା ରହିଛି।

ରୁଷ ସହିତ ମିଶି ଆମେରିକାକୁ ଅନେକ ମୋର୍ଚ୍ଚାରେ ପଛରେ ପକାଇବାକୁ ଚାହୁଁଛି ଚୀନ। ଯଦି ଉତ୍ତେଜନା ମଧ୍ୟରେ ଆମେରିକା ରୁଷ ଉପରେ କଟକଣା ଲଗାଏ ତେବେ ଚୀନ ସାହାଯ୍ୟ କରିବାକୁ ପ୍ରଥମେ ଆଗେଇ ଆସିବ। ଯଦି ଯୁଦ୍ଧ ସମୟରେ ଆମେରିକାର ଧ୍ୟାନ ହଟିବ ତେବେ ବାଣିଜ୍ୟ କ୍ଷେତ୍ରରେ ଚୀନ ଫାଇଦା ଉଠାଇବାକୁ ଚେଷ୍ଟା କରିବ ବୋଲି ଆମେରିକା କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com