ଓଡ଼ିଶା

୩ ବର୍ଷରେ କେଉଁ ବିଭାଗ କେତେ ତତ୍ପର, ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ୨୦୧୯ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି । ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର । ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, ସେ ଦିଗରେ ବିଭାଗ ଗୁଡ଼ିକ କେତେ ତତ୍ପରତା ପ୍ରକାଶ କରିଛନ୍ତି ତାହାର ସମୀକ୍ଷା କରାଯିବ ।

ଆସନ୍ତା ୨୯ ତାରିଖରେ ନବୀନଙ୍କ ପଞ୍ଚମ ପାଳିର ସରକାରକୁ ପୁରିବ ୩ ବର୍ଷ । ତା ପୂର୍ବରୁ ଜଳେସଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ପଛୁଆ ବର୍ଗ କମିଶନର ପୁନର୍ଗଠନ, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ନିରାପତ୍ତା ନେଇ ବିଏସକେଓ୍ବାଇ ଯୋଜନା, ପକ୍କା ଘର ନିର୍ମାଣ ଓ ବିଜୁ ଏକ୍ସପ୍ରେସ ଓ୍ବେ ମୋଟ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com