ଓଡ଼ିଶା

ପୁରୀରେ କ୍ୟାରିଅର କାଉନସେଲିଙ୍ଗ ବୈଠକ ଅନୁଷ୍ଠିତ

ପୁରୀ: ନିଜ ଇଛାରେ କାର୍ଯ୍ୟଚୟନ ଜରୁରୀ, ନିଜ ଇଛାରେ କାର୍ଯ୍ୟଚୟନ କଲେ ଅଧିକ ସଫଳତା ମିଳିଥାଏ ବୋଲି ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ କ୍ୟାରିଅର କାଉନସେଲିଙ୍ଗ ବୈଠକରେ ବିଶିଷ୍ଠ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି l

ସ୍ଥାନୀୟ ୟୁଥ ହଷ୍ଟେଲ ଠାରେ ୟୁନିସେଫ ସହଯୋଗରେ ଏକ କ୍ୟାରିଅର କାଉନସେଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ୟୁନିଶେଫରେ ଜିଲ୍ଲା କୋଡିନେଟର ସୁମିତା ରାଣୀ ଘୋଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ୟୁଥ ଆଇକନ ସୁକାନ୍ତ କୁମାର ମହାନ୍ତି, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ ଓ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି l

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଵେଛାସେବୀ ସଂଗଠନ, ବିଭିନ୍ନ ବର୍ଗର ଯୁବକ,ଯୁବତୀମାନେ ଯୋଗଦେଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com