ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନରେ ରୁଷ ସେନାର ବୋମା ବର୍ଷଣ, ସେପଟେ ସୁନ୍ଦରୀ ଏୟାର ହୋଷ୍ଟେସଙ୍କ ସହ କଣ କରୁଛନ୍ତି ପୁଟିନ୍ ?

ନୂଆଦିଲ୍ଲୀ() ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ରୁଷ ସେନାଙ୍କ ଘନ ଘନ ବୋମା ବର୍ଷଣ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କିଛି ଛବି ସାମ୍ନାକୁ ଆସିଛି। ଏହି ସବୁ ଫଟୋଗୁଡିକରେ ପୁଟିନ ରୁଷ ମହିଳା ଏୟାର ହୋଷ୍ଟେସ ଏବଂ ପାଇଲଟଙ୍କ ସହ ନଜର ଆସିଛନ୍ତି। ଏକ ଟେବୁଲର ଚାରିପଟେ ମହିଳାମାନେ ବସିଛନ୍ତି। ଏମାନଙ୍କ ଗହଣରେ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ବସିଛନ୍ତି।

nepost.comର ରିପୋର୍ଟ ଅନୁଯାୟୀ, ଏହି ଫଟୋ ମାର୍ଚ୍ଚ ୫ ଶନିବାରର। ସୂଚନା ଅନୁଯାୟୀ, ପୁଟିନ PJSC Aeroflotର ବିମାନ ଚଳାଚଳ ପ୍ରଶିକ୍ଷଣ କେନ୍ଦ୍ର ଗସ୍ତ କରିଥିଲେ। ଏହି ସମୟରେ ରୁଷ ଏୟାରଲାଇନ୍ସର ମହିଳା କ୍ରୁ ସଦସ୍ୟଙ୍କ ସହ ନଜର ଆସିଥିଲେ। ଏହି ସମୟରେ ସେ ଏୟାରଲାଇନର କର୍ମଚାରୀଙ୍କ ସହ ବୈଠକ କରିଥିଲେ।

ଟୁଇଟରରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଫଟୋ ଏବିସିର ରିପୋର୍ଟର ପ୍ରତୀକ ରିଭେଲ୍ ପୋଷ୍ଟ କରିଛନ୍ତି। ମହିଳାଙ୍କ ସହିତ ପୁଟିନଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, ପୁଟିନ୍ ଏବେ ୟୁକ୍ରେନ ଆକ୍ରମଣକୁ ନେଇ ରୁଷର ଟ୍ରେନି ବିମାନ କ୍ରୁ ସଦସ୍ୟଙ୍କୁ ବୁଝାଉଛନ୍ତି।

ଟିଭିରେ ପ୍ରସାରିତ ଏହି ବୈଠକ ସମୟରେ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ରୁଷ ଉପରେ ପାଶ୍ଚାତ୍ୟ ଦେଶର କଟକଣା ଯୁଦ୍ଧ ପରି ସମାନ। ଯଦି ୟୁକ୍ରେନ ଏହି ପରି ବ୍ୟବହାର ଜାରି ରଖିବ, ତେବେ ଦିନ ଆସିବ ରାଷ୍ଟ୍ର ମାନ୍ୟତା ହରାଇବ। ସେ ଚେତାବନୀ ଦେଇଛନ୍ତି ଯେ, ୟୁକ୍ରେନରେ ନୋ ଫ୍ଲାଇଂ ଜୋନ୍ ଲାଗୁ କରିବାର ଅର୍ଥ ଯୁଦ୍ଧକୁ ଆହୁରି ଭୟାବହ କରିବା।

ସୂଚନାଯୋଗ୍ୟ, ୟୁକ୍ରେନରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ଏହାକୁ ନେଇ ବିଶ୍ଵବ୍ୟାପୀ ପୁଟିନଙ୍କ ଘୋର ସମାଲୋଚନା କରାଯାଉଛି। ୧୦ ଦିନ ହେବ ଜାରି ଏହି ଯୁଦ୍ଧ ରୋକିବା ପାଇଁ ଅନେକ ସ୍ତରରେ ଉଦ୍ୟମ ହୋଇ ସାରିଛି। ତେବେ କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ଏମିତି ସମୟରେ ଏୟାର ହୋଷ୍ଟେସଙ୍କ ସହ ପୁଟିନଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com